ନିଖୋଜ ବାଳକର ମୃତଦେହ ଘର ପଛପଟ କୂଅରୁ ଉଦ୍ଧାର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ଥାନାରେ ଜଣେ ଶିଶୁର ନିଖୋଜ ସମ୍ପର୍କରେ ଗତକାଲି ଥାନାରେ ଏତଲା ଦିଆଯାଇଥିଲା । ସେହି ଶିଶୁର ମୃତଦେହ ତାଙ୍କ ଘର ପଛପଟେ ଥିବା ଏକ କୂଅରୁ ଆଜି ଉଦ୍ଧାର କରିଛି ଦିଗପହଣ୍ଡି ପୋଲିସ । ଘଟଣା ସମ୍ପର୍କରେ କୁହାଯାଏ ଯେ, ଦିଗପହଣ୍ଡି ଥାନା ଅଧିନସ୍ଥ କୋଟିନଡ଼ା ଗ୍ରାମର ପିତା ବସନ୍ତ ଛଟେଇ, ମାତା କିଶୋରୀ ଛଟେଇଙ୍କ ସନ୍ତାନ ପ୍ରଭୁପାଦ ଛଟେଇ ନିଖୋଜ ଥିବା ସମ୍ପର୍କରେ ଥାନାରେ ଅଭିଯୋଗ ହୋଇଥିଲା । ଉକ୍ତ ବାଳକର ମୃତଦେହରୁ ଆଜି ଶବ ବ୍ୟବଚ୍ଛେଦ କରାଯାଇଛି ।

Leave A Reply

Your email address will not be published.