ଟ୍ରାନ୍ସଫର୍ମର ସଂସ୍ପର୍ଶରେ ଆସି ଯୁବକ ମୃତ, ରାସ୍ତା ରୋକ କଲେ ଗ୍ରାମବାସୀ

କଳାହାଣ୍ଡି, (ପି.କେ.ସାହୁ) : କଳାହାଣ୍ଡି ଜିଲ୍ଲା ସଦର ଥାନା ଅଧମୁଣ୍ଡା ଗାଁରେ ଟ୍ରାନ୍ସଫର୍ମରରେ ଲାଗି ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ମୃତ ଯୁବକ ବର୍ଷିଆ ଲକ୍ଷ୍ମଣ ବାଗ(୨୩) । ଟାଟା ପାୱାରର ବେପରୁଆ ମନୋଭାବ ପାଇଁ ଯୁବକଙ୍କ ମୃତ୍ୟୁ ହୋଇଛି ବୋଲି ଅଭିଯୋଗ କରି ଗ୍ରାମବାସୀ ଓ ପରିବାର ବର୍ଗ ବରଗଡ-ବୋରିଗୁମା ଏନଏଚ ୨୬ ଓ ଦେପୁର-ମାନିଙ୍ଗ ରାସ୍ତା ପଷ୍ଟିକୁଡି ଛକରେ ରାସ୍ତା ଅବରୋଧ କରିଛନ୍ତି । ଟ୍ରାନ୍ସଫର୍ମର ରାସ୍ତା ଉପରେ ବସିଥିବା ଯୋଗୁଁ ମୃତ୍ୟୁ ହୋଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଟ୍ରାନ୍ସଫର୍ମର ଘୁଞ୍ଚାଇବା ପାଇଁ ବହୁ ଦିନରୁ ଗ୍ରାମବାସୀ ଦାବୀ କରି ଆସୁଥିଲେ । ହେଲେ କର୍ତ୍ତୃପକ୍ଷ ଶୁଣୁ ନଥିଲେ ବୋଲି ଅଭିଯୋଗ ହୋଇଛି ।

Leave A Reply

Your email address will not be published.