ମଟର ସାଇକେଲ ଦୁର୍ଘଟଣା : ୧ ମୃତ, ୨ ଆହତ

ସାନଖେମୁଣ୍ଡି : ଦିଗପହଣ୍ଡି ଥାନା ଅନ୍ତର୍ଗତ ଜଗନ୍ନାଥପୁର ଛକଠାରେ ମଟର ସାଇକେଲ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ଦୁଇଜଣ ଆହତ ହୋଇଥିବା ଜଣାପଡ଼ିଛି । ମୃତକ ଜଣକ ଉଡ଼ାସିଙ୍ଗି ଗ୍ରାମର ବି.ଶିବ ରେଡ୍ଡି ବୋଲି ଜଣାପଡ଼ିଛି । ୩ ଜଣ ନିର୍ବାଚନ ପ୍ରଚାରରେ ଯାଇ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ଦିଗପହଣ୍ଡି ପୋଲିସ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.