ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳିର ପାଇକମାଲ ବ୍ଲକ ଲଖମରା ମଣ୍ତଳ ଭାରତୀୟ ଜନତା ପାର୍ଟି ଟୁନା ଦଣ୍ଡସେନା ମଣ୍ଡଳ ସଭାପତି ରୂପେ ମନୋନୀତ ହୋଇଛନ୍ତି । ପୂର୍ବରୁ ସେ ୨୦୧୬ ମସିହାରେ ଯୁବମୋର୍ଚ୍ଚା ସଭାପତିରେ ନିଯୁକ୍ତି ହୋଇ ଲଖମରା ଅଞ୍ଚଳର ଜନ ସାଧାରଣଙ୍କ ବହୁ ସମସ୍ୟାର ସମାଧାନ କରିଥିଲେ । ପରେ ୨୦୧୭ ମସିହାରେ ଲଖମରା ପଞ୍ଚାୟତର ସମିତି ସଭ୍ୟ ହୋଇ ଲଖମରା ଅଞ୍ଚଳର ଯୁବନେତା ହିସାବରେ ଅଞ୍ଚଳର ସାଧାରଣଙ୍କ ପ୍ରିୟ ପାତ୍ର ହୋଇଥିଲେ । ବର୍ତ୍ତମାନ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଓ ଗୋବର୍ଦ୍ଧନ ଭୁଏଙ୍କ ଅନୁମୋଦନ କ୍ରମେ ଲଖମରା ମଣ୍ତଳ ସଭାପତି ନିର୍ବାଚିତ ହୋଇ ଥିବାରୁ ଜନ ସାଧାରଣଙ୍କ ସମସ୍ୟାକୁ ଗୁରୁତ୍ୱର ସହ ନେଇ ସମସ୍ୟାର ସମାଧାନ କରିବା ପାଇଁ ନବନିର୍ବାଚିତ ଲଖମରା ମଣ୍ତଳ ସଭାପତି ଟୁନା ଦଣ୍ଡସେନା ମତବ୍ୟକ୍ତ କରିଛନ୍ତି । ଶ୍ରୀ ଦଣ୍ଡସେନା ବିଜେପି ମଣ୍ଡଳ ସଭାପତି ଭାବେ ମନୋନୀତ ହୋଇଥିବାରୁ ବିଜେପି କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇ ଥିବା ବେଳେ ବିଭିନ୍ନ ମହଲରୁ ଶୁଭେଚ୍ଛା ଜଣାଯାଇଛି ।