ଆଜି ରାତିରେ ମୁକ୍ତିଲାଭ କରିବାକୁ ଯାଉଛି ପଶ୍ଚିମ ଓଡ଼ିଶାର ଆଉ ଏକ ମହାନ୍ ପର୍ବ ଭାଇ ଜିଉନ୍ତିଆ ଉପରେ ଆଧାରିତ କୋଶଲୀ ସର୍ଟ ଫିଲ୍ମ “ମୋହିନୀ”
ବଲାଙ୍ଗିର, (କେପିଏନ୍ଏସ୍) : ଦଶହରାରେ ଆଜି ରାତିରେ ମୁକ୍ତିଲାଭ କରିବାକୁ ଯାଉଛି ପଶ୍ଚିମ ଓଡ଼ିଶାର ଆଉ ଏକ ମହାନ୍ ପର୍ବ ଭାଇ ଜିଉନ୍ତିଆ ଉପରେ ଆଧାରିତ କୋଶଲୀ ସର୍ଟ ଫିଲ୍ମ “ମୋହିନୀ” । କାଇଁଚ ମିଡ଼ିଆର ତୃତୀୟ କୋଶଲୀ ସର୍ଟ ଫିଲ୍ମର ପ୍ରଯୋଜକ ଭାବରେ ଗୋପୀନାଥ ଦଣ୍ଡସେନା, ମୀନକେତନ ବାରଲେବଡିଆ, ରାଜୀବ ପ୍ରସାଦ ଭୋଇ ଥିବାବେଳେ ନିର୍ଦ୍ଦେଶକ ଅଛନ୍ତି ପ୍ରକାଶ ଥନାପତି । କ୍ୟାମେରାରେ ସାନନ୍ଦ ମହାଲିଙ୍ଗ ଓ ଐବର୍ତ୍ତ ନାଏକ । ଡିଓପି ସୋମନାଥ ନାଏକ, ଅଭିନୟରେ ଚିତ୍ରସେନ ବଗର୍ତ୍ତି, ବିମଳ ଭୁଏ, ଅର୍ଜୁନ କୁମାର ସାହୁ, ରାଜେଶ ଦଣ୍ଡସେନା, ବିବେକାନନ୍ଦ ପ୍ରଧାନ, ଭବାନୀ ଶଙ୍କର ମିଶ୍ର, ତରଣିସେନ୍ ଧରୁଆ, ଅନନ୍ତ ବିଶ୍ଵାଳ, କୁମୁଦିନୀ ପୃଷ୍ଟି, ମାନସୀ ସାହୁ ଓ ନିବୃତ୍ତି ପଣ୍ଡା । ଏହି ଫିଲ୍ମ ଟି ଶିବତଲା, ଝରେଇ ବାହାଲି, କୁମ୍ ପଥର ଓ କୃପା ସାଗରରେ ଗାଁ ଲୋକଙ୍କ ସହଯୋଗରେ ସୁଟିଂ ହୋଇଥିଲା । କାଇଁଚ ମିଡ଼ିଆ ପ୍ରସ୍ତୁତ ଭାବର ତିହାର ନୂଆଁଖାଇ ସର୍ଟ ଫିଲ୍ମ ଟି ବହୁ ଲୋକଙ୍କ ମନକୁ ଛୁଇଁ ପାରିଛି । ଏଣୁ ଦଶହରାରେ ମୋହିନୀ ଫିଲ୍ମ ପାଇଁ ଶୁଭେଚ୍ଛୁଙ୍କର ଅନୁରୋଧ ରହିଥିଲା । ଏହି ଅବସରରେ ହୋଲିଶ୍ୱର୍ ଧରୁଆ, ଗିରିଧାରୀ ମାଝୀ, ମଧୁ ସୁଦନ ଭୁଏ ସହଯୋଗ କରିଥିବା ବେଳେ ଆଗକୁ ଆହୁରି କୋଶଳୀ ଭାଷାରେ ଅନେକ ଫିଲ୍ମ ପ୍ରସ୍ତୁତ କରିବାକୁ ଯୋଜନା ରହିଛି ବୋଲି ସୂଚନା ଦିଆଯାଇଛି ।