oom

ମୋହନ ସରକାର ଯାହା କହେ ତାହା କରେ : ସ୍ୱାସ୍ଥ୍ୟ ମନ୍ତ୍ରୀ

jsmm

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଆଜି ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ମଣ୍ଡି ପରିଦର୍ଶନ କରିଛନ୍ତି । ଏହି ଅବସରରେ ସେ ଉପସ୍ଥିତ ଚାଷୀ ମାନଙ୍କୁ ମୋହନ ସରକାର ଯାହା କହେ ତାହା କରେ ବୋଲି କହିବା ସହ ଆମ ସରକାର ଧାନ କ୍ୱିଣ୍ଟାଲ ୩୧୦୦ ଟଙ୍କା କରିବା ପାଇଁ ପ୍ରତିଶୃତି ଦେଇଥିଲେ ଏବଂ ଏବେ କ୍ୱିଣ୍ଟାଲ ପ୍ରତି ୩୧୦୦ ଟଙ୍କା ପ୍ରଦାନ କରୁଛନ୍ତି ବୋଲି କହିଥିଲେ । ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ପ୍ରଥମେ କଳାହାଣ୍ଡି ଜିଲ୍ଲାର କେସିଙ୍ଗା ବ୍ଲକର ଉତ୍କେଲା ମଣ୍ଡି ପରିଦର୍ଶନ କରି ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଭବାନୀପାଟଣା, ଜୁନାଗଡ଼, କଲମପୁର, କୋକସରା, ଧର୍ମଗଡ଼ ଏବଂ ଗୋଲାମୁଣ୍ଡା ବ୍ଲକର ବିଭିନ୍ନ ମଣ୍ଡି ବୁଲି ଦେଖିଥିଲେ । ଏହି ଗସ୍ତ ସମୟରେ ଶ୍ରୀ ମହାଲିଙ୍ଗ ଚାଷୀ ମାନଙ୍କ ସହ ଧାନ କ୍ରୟ ସମ୍ପର୍କରେ ଆଲୋଚନା କରିଥିଲେ । ମନ୍ତ୍ରୀ ଶ୍ରୀ ମହାଲିଙ୍ଗଙ୍କୁ ମଣ୍ଡି ମାନଙ୍କରେ ସ୍ୱାଗତ କରାଯାଇଥିଲା । ମନ୍ତ୍ରୀଙ୍କ ସହ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଜିଲ୍ଲା ଯୋଗାଣ ଅଧିକାରୀ ପବିତ୍ର ସାହୁ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ଓ ସଦସ୍ୟ ମାନେ ଥିଲେ । କ୍ୱିଣ୍ଟାଲ ପ୍ରତି ୩୧୦୦ ଟଙ୍କା ହୋଇଥିବାରୁ ଚାଷୀ ମାନେ ଉତ୍ସାହିତ ଥିବାବେଳେ ୫ କେ.ଜି. କଟନୀ ଛଟନୀ ଚାଲିଥିବା କେତେକ ଚାଷୀ ଅଭିଯୋଗ କରିଥିଲେ ।

jittmm
Leave A Reply

Your email address will not be published.