ମୋବାଇଲ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ବରଗଡ଼, ( ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ସୋହେଲା ବ୍ଲକ ସମ୍ମିଳନୀ କକ୍ଷ ଠାରେ ନାବାର୍ଡ ଆନୁକୂଲ୍ୟରେ ମହାଶକ୍ତି ଫାଉଣ୍ଡେସନ ତରଫରୁ ମୋବାଇଲ ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ସହାୟକ ମହା ପ୍ରବଂନ୍ଧକ ସରୋଜ କୁମାର ଜେନା ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ଜୀବର୍ଦ୍ଧନ ବରିହା, ଜିଲ୍ଲା ପରିଷଦ ସଭ୍ୟ ସୁବ୍ରତ ବେହେରା, ଓଡିଶା ଜୀବିକା ମିଶନର ହାରାଧାନ ବରିହା, କନିଷ୍ଠ ପରାମର୍ଶଦାତା ସୁବ୍ରତ କୁମାର ସାହୁ ଏବଂ ମହାଶକ୍ତି ଫାଉଣ୍ଡେସନର ଉପାଧ୍ୟକ୍ଷା ରୋଜାଲୀନ ଭୂୟାଁ ଯୋଗ ଦେଇଥିଲେ । ଅତିଥି ମାନେ ଏନିମେଟର ମାନଙ୍କୁ ମୋବାଇଲ ବିତରଣ କରିବା ସହିତ ଆଗାମୀ ଦିନରେ କାର୍ୟ୍ୟକୁ ଠିକ ଭାବରେ ପରିଚାଳନା କରି ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର କିପରି ଉନ୍ନତି ହେବ ସେହି ବିଷୟରେ ଆଲୋଚନା କରିଥିଲେ । ଏହି କାର୍ୟ୍ୟକ୍ରମରେ ସୁବୋଧ କୁମାର ସାହୁ ଧନ୍ୟବାଦ ଦେଇଥିବା ବେଳେ ସୁଶାନ୍ତ ସାହୁ ଏବଂ ଝୁନୁ ଦାଶ ସମେତ ସୋହେଲା ବ୍ଲକର ସମସ୍ତ ଏନିମେଟର ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.