ଭର୍ଚୁଆଲ ମୋଡରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଅନ୍ତର୍ଗତ ରାମଜୀ ଉଚ୍ଚ ବିଦ୍ୟାଳୟ, କୁରୁଲର ମୋ ସ୍କୁଲ ଅଭିଯାନର ଏକ ବୈଠକ ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରାମଜୀ ଉଚ୍ଚ ବିଦ୍ୟାଳୟକୁ ପୌଷ୍ୟ ସ୍କୁଲ ଭାବେ ଗ୍ରହଣ କରିଥିବା ରାଜ୍ୟ ସଭା ସାଂସଦ ସୁବାସ ସିଂ ବିଦ୍ୟାଳୟର ଶିକ୍ଷା ଓ ଶିକ୍ଷକ ସମସ୍ୟାକୁ ପ୍ରଥମେ ପୂରଣ କରିବାକୁ ପ୍ରତିଶୃତି ଦେଇଥିଲେ । ସେ ପୂର୍ବରୁ ଏହି ସ୍କୁଲ ପରିଦର୍ଶନ କରିଥିଲେ ଏବଂ ବିଦ୍ୟାଳୟର ପୁନଃରୁଦ୍ଧାନ ନିମନ୍ତେ ପଶ୍ଚିମ ଓଡିଶା ବିକାଶ ପରିଷଦ ରୁ ପାଣ୍ଠି ଯୋଗାଇ ଦେବାକୁ କହିଥିଲେ । ଏଥିପାଇଁ ସେ ବିଦ୍ୟାଳୟର ହିତାକାଂକ୍ଷୀ ବିଷ୍ଣୁ ପ୍ରସାଦ କେଡିଆଙ୍କୁ ଜିଲ୍ଲାପାଳ ଓ ପ୍ରଶାସନ ସହିତ ଯୋଗାଯୋଗ କରିବାର ଦାୟିତ୍ୱ ଦେଇଥିଲେ । ବରିଷ୍ଠ ଶିକ୍ଷକ ଦିଗାମ୍ବର ନାଏକ ଧନ୍ୟବାଦ ଦେଇଥିଲେ । ବୈଠକରେ ମୋ ସକୁଲ କାର୍ଯ୍ୟକ୍ରମର ସଭାପତି ଅଶ୍ୱିନୀ ନାଏକ, କୋଷାଧ୍ୟକ୍ଷ ଅସିତ ରଂଜନ ପଟ୍ଟନାଏକ, ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଦ୍ୟାଳୟର ପ୍ରାୟ ୫୭ ଜଣ ପୁରାତନ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.