ସାପଲହରରେ ମୋ’ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ସାପଲହର ଗାନ୍ଧୀ ସ୍ମାରକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତକାଲି ଅପରାହ୍ନ ୨ଘଟିକା ସମୟରେ ମୋ ସ୍କୁଲ ଅଭିଯାନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସଭାରେ ମୁଖ୍ୟ ଅତିଥି ଭାବେ ପାଇକମାଲ ବ୍ଲକ ଶିକ୍ଷା ଅଧିକାରୀ ଚୂଡାମଣି ବାରିକ ଓ ଏବିଇଓ ଜନକଲାଲ ମେହେର ଓ ବାରିକ ଉପସ୍ଥିତ ଥିବାବେଳେ ଟେମେରି ସିଆରସିସି, ଲଖମରା ସିଆରସିସି ସୁବାସ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦାନ କରିଥିଲେ । ସଭା ପରିଚାଳନା ବାଦିକଟା ସିଆରସିସି ଧରଣୀଧର ଶବର କରିଥିଲେ ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୋଭାସାଗର ମେହେର ସଭାପତିତ୍ଵ କରିଥିଲେ । ଗ୍ରାମର ଭଦ୍ରବ୍ୟକ୍ତି ଭୋଲାନାଥ ମେହେର, ଲାଲବିହାରୀ ବଢେଇ, ବିଶ୍ଵେଶ୍ବର ନାଗ, ଅରୁଣ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ସଭାରେ ମୋ’ ସ୍କୁଲ ଅଭିଯାନ ବିଷୟରେ ବିଷଦ ଆଲୋଚନା କରାଯିବା ପରେ ସ୍ବତଃଫୁର୍ତ ଭାବେ ୨୭ ହଜାର ୪୨୦ ଟଙ୍କା ଦାତା ଗଣ ଦାନ କରିଥିଲେ ।

Leave A Reply

Your email address will not be published.

error: Content is protected !!