centurian jitm

ମୋ ଘର ଯୋଜନା ନିମନ୍ତେ ଋଣ ପ୍ରଦାନର ଶୁଭାରମ୍ଭ କଲେ ଗଞ୍ଜାମ ଜିଲ୍ଲାପାଳ

nschool

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି ମୋ ଘର ଯୋଜନାରେ ଋଣ ପ୍ରଦାନ । ନୂତନ ଗୃହ ନିର୍ମାଣ ସକାଶେ ଆବେଦନ କରିଥିବା ହିତାଧିକାରୀଙ୍କୁ ଏହି ଯୋଜନାରେ ବ୍ୟାଙ୍କ ଋଣ ସହିତ ସରକାରଙ୍କ ସବସିଡି ରାଶିକୁ ପ୍ରଦାନ କରାଯିବ ବୋଲି କୁହାଯାଇଛି । ଏହି କାର୍ଯ୍ୟକ୍ରମ ବୁଧବାର ଆରମ୍ଭ କରାଯାଇଅଛି । ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍‌ଭାବନା ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଜିଲ୍ଲାର ପ୍ରଥମ ହିତାଧୁକାରୀଙ୍କୁ ତିନି ଲକ୍ଷ ଟଙ୍କା ଅଟକଳ ମୂଲ୍ୟରେ ଗୃହ ନିର୍ମାଣ ସକାଶେ ଆବେଦନ କରିଥିବା ହିଞ୍ଜିଳିକାଟୁ ବ୍ଲକର ବୁରୁପଡା ପଞ୍ଚାୟତର ପୋଡଙ୍ଗି ଗ୍ରାମର ହିତାଧିକାରୀ ସୁମତି ଦାସଙ୍କୁ ପ୍ରଥମ କିସ୍ତି ରାଶି ଏକ ଲକ୍ଷ ଟଙ୍କାର ଚେକ ପ୍ରଦାନ ପୂର୍ବକ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଏହି ରାଶି ହିଞ୍ଜିଳିକାଟୁ ବ୍ଲକ ଜରିଆରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ହିଞ୍ଜିଳିକାଟୁ ଶାଖା ତରଫରୁ ପ୍ରଦାନ କରାଯାଇଛି । ଏହି ଯୋଜନାରେ ସାମିଲ ହୋଇ ଲାଭ ପାଇବାକୁ ଯାଉଥିବା ଗଞ୍ଜାମ ଜିଲ୍ଲାର ପ୍ରଥମ ହିତାଧିକାରୀ ସୁମତି ଦାସ । ଏହି ରାଶି ପାଇ ଖୁସି ପ୍ରକଟ କରି ସୁମତି ଦାସ ଜଣାଇଛନ୍ତି ଯେ, ବ୍ୟାଙ୍କ ଋଣ ସହ ସରକାରଙ୍କ ସବ୍‌ସିଡି ରାଶିକୁ ନେଇ ଯଥା ଶୀଘ୍ର ଗୃହ ନିର୍ମାଣ ଶେଷ କରିବେ ଓ ବ୍ୟାଙ୍କ ଋଣ ମଧ୍ୟ ଠିକ୍‌ ସମୟ ପୂର୍ବରୁ ପରିଶୋଧ କରିବେ । ଆଗରୁ ରାଜ୍ୟ ସରକାରଙ୍କ ଠାରୁ ଗ୍ରାମ କଣ୍ଠ ପଟ୍ଟା ପାଇଥିବା ସୁମତି ଆଜି ରାଜ୍ୟ ସରକାରଙ୍କ ସହାୟତାରେ ଗୃହ ନିର୍ମାଣ ପାଇଁ ସହାୟତା ପାଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ମୋ ଘର ଯୋଜନାର ଶୁଭାରମ୍ଭ ଓ ପ୍ରଥମ କିସ୍ତି ବଣ୍ଟନ କାର୍ଯ୍ୟକ୍ରମ ବେଳେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କୀର୍ତି ଭାଷନ ଭି, ହିଂଜିଳିକାଟୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତା କୁମାର ଜେନା, ହିଂଜିଳିକାଟୁ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ସୌମ୍ୟ କାନ୍ତ ପଟ୍ଟନାୟକ, ବ୍ୟାଙ୍କ କ୍ଷେତ୍ର ଅଧିକାରୀ ସୁଶାନ୍ତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.