ଆରମ୍ଭ ହୋଇଛି ‘ମୋ-ଘର’ ଆବେଦନ : ଘର ପାଇଁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମିଳିବ ଋଣ, ସାଧାରଣ ବର୍ଗଙ୍କୁ ୬୦ ହଜାର ସବ୍‌ସିଡି

ଭୁବନେଶ୍ୱର : କଚ୍ଚା ଘରକୁ ପକ୍କା ଘରରେ ପରିବର୍ତ୍ତନ କରିବାକୁ ଚାହୁଁଥିବା ଗରିବ ଓ ନିମ୍ନ ମଧ୍ୟବିତ୍ତ ପରିବାରର ସ୍ୱପ୍ନ ଶୀଘ୍ର ପୂରଣ ହେବ । ୧୬ ତାରିଖରୁ ରାଜ୍ୟ ସରକାରଙ୍କ ପ୍ରସ୍ତାବିତ ‘ମୋ-ଘର’ ଯୋଜନାରେ ସହାୟତା ପାଇଁ ଆବେଦନ ଆରମ୍ଭ ହୋିଛି । ପଞ୍ଚାୟତ କାର୍ଯ୍ୟାଳୟ, ବ୍ଲକ୍‌ କାର୍ଯ୍ୟାଳୟ ଓ ମୋ-ସେବା କେନ୍ଦ୍ରରେ ହିତାଧିକାରୀ ପହଞ୍ଚି ଆବେଦନ କରିପାରିବେ । ଯେଉଁମାନେ ଆବେଦନ କରିିବେ, ସେମାନଙ୍କ ମଧ୍ୟରୁ ଯୋଗ୍ୟ ହିତାଧିକାରୀ ଚୟନ କରାଯିବ । ତେବେ ମୋ’ ଘର ଯୋଜନାରେ ସାମିଲ ହେବାକୁ ହେଲେ, ହିତାଧିକାରୀ କେମିତି ଆବେଦନ କରିବେ ? ଆବେଦନକାରୀଙ୍କୁ କଣ କରିବା ପାଇଁ ପଡିବ ? କି କି କାଗଜପତ୍ର ଦେବାକୁ ପଡିବ ? ସେ ନେଇ ବିସ୍ତୃତ ସୂଚନା କ୍ଟୟସଗ୍ଦଷବ.ଶକ୍ଟଙ୍ଖ.ସଦ୍ଭ/ଜ୍ଞକ୍ଟଶଷବକ୍ସବ ୱେବସାଇଟ୍‌ରେ ଦିଆଯାଇଛି । ଏହି ୱେବସାଇଟ୍‌ରେ ଆବେଦନ ମଧ୍ୟ କରାଯାଇପାରିବ ।

ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ସମେତ ଅନ୍ୟାନ୍ୟ ଗୃହ ନିର୍ମାଣ ଯୋଜନାରୁ ବାଦ୍‌ ପଡ଼ିଥିବା ଲୋକେ ଏହି ନୂଆ ଯୋଜନାରେ ଉପକୃତ ହେବେ । ଆବେଦନକାରୀଙ୍କ ସବ୍‌ସିଡି ଥିବା ବ୍ୟାଙ୍କ ଋଣ ମିଳିବ । ସବ୍‌ସିଡି ରାଶି ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରୁ ପ୍ରଦାନ କରାଯିବ । ଲୋକଙ୍କ ପକ୍କା ଘର ସ୍ୱପ୍ନକୁ ସାକାର କରିବା ନେଇ ନିର୍ବାଚନୀ ବର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଏକ ନୂଆ ଯୋଜନା ଆଣିଛନ୍ତି । ଋଣ ପାଇବା ପାଇଁ ପ୍ରଥମେ ୱେବସାଇଟରେ ପଞ୍ଜିକରଣ କରିବାକୁ ହେବ, ଯାହାକି ଓଟିପି ମାଧ୍ୟମରେ ବୈଧ ହେବ । ଏହି ଯୋଜନାରେ ୧ ଲକ୍ଷ, ଦେଢ଼ ଲକ୍ଷ, ୨ ଲକ୍ଷ ଓ ୩ ଲକ୍ଷ ଟଙ୍କାର ବ୍ୟାଙ୍କ ଋଣ ବ୍ୟବସ୍ଥା ରହିଛି । ଏହା ମଧ୍ୟରୁ ହିତାଧିକାରୀ କୌଣସି ଗୋଟିଏ ପ୍ରକାର ଋଣକୁ ବାଛିବେ । ୧ ଲକ୍ଷ ଟଙ୍କା ଋଣରେ ସାଧାରଣବର୍ଗଙ୍କୁ ୩୦ ହଜାର, ଦେଢ଼ ଲକ୍ଷରେ ୪୫ ହଜାର, ୨ ଲକ୍ଷରେ ୬୦ ହଜାର, ୩ ଲକ୍ଷରେ ୬୦ ହଜାର ଟଙ୍କା ସବ୍‌ସିଡି ଦିଆଯିବ ।

ପରିବାରର ମୁଖ୍ୟ ଅନୁସୂଚିତ ଜାତି, ଜନଜାତି, ଭିନ୍ନକ୍ଷମ ହୋଇଥିଲେ ଆଉ ୧୦ ହଜାର ଟଙ୍କା ଲେଖାଏଁ ଅଧିକ ସବ୍‌ସିଡି ରାଶି ମିଳିବ । ପ୍ରଥମ ବର୍ଷର ରିହାତି ଅବଧିକୁ ବାଦ୍‌ ଦେଇ ପରବର୍ତ୍ତୀ ୧୦ ବର୍ଷ ଭିତରେ ଋଣ ପରିଶୋଧ କରିବାକୁ ହେବ । ପ୍ରତି ସ୍ତରର ଋଣ ପାଇଁ ୧ ଲକ୍ଷ ହିତାଧିକାରୀ ଯଦି ଉପକୃତ ହୁଅନ୍ତି, ତେବେ ମୋଟ ୪ ଲକ୍ଷ ହିତାଧିକାରୀଙ୍କ ପାଇଁ ୨ ବର୍ଷ ମଧ୍ୟରେ ୨୧୫୦ କୋଟି ଟଙ୍କା ବ୍ୟୟ ଆକଳନ କରାଯାଇଛି । ବର୍ତ୍ତମାନ ଗୃହ ନିର୍ମାଣ ଯୋଜନାରେ ଥିବା କଠୋର ମାନଦଣ୍ଡ ଏବଂ ସ୍ୱଳ୍ପ ଗୃହ ମଞ୍ଜୁର ଯୋଗୁ ଅନେକ ପରିବାର ପକ୍କା ଘରରୁ ବଞ୍ଚିତ ଅଛନ୍ତି । ଏବେ ସେମାନେ ଉପକୃତ ହେବେ । ମୋ’ ଘର ଯୋଜନାରେ ନୂଆ ଘର ନିର୍ମାଣ କିମ୍ବା ଘରର ଉନ୍ନତିକରଣ ଓ ସମ୍ପ୍ରସାରଣ କରିହେବ ।

Leave A Reply

Your email address will not be published.