oom

ସାମ୍ବାଦିକଙ୍କୁ ମିଥ୍ୟା କେସ୍‌ରେ ଫସାଇବା ନେଇ ଏଏସପି ପାଖରେ ଅଭିଯୋଗ, ତଦନ୍ତ ଦାୟିତ୍ୱ ନେଲେ ଏସଡିପିଓ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଗୁଡଭେଲାବ୍ଲକର ଧରିତ୍ରୀ ସାମ୍ବାଦିକ ମନୋଜ କୁମାର ଜୈନଙ୍କୁ ତୁଷୁରା ପୋଲିସ ଅଯଥାରେ ହଇରାଣ କରିବା ସହ ମିଥ୍ୟା କେଶରେ ଛନ୍ଦି ଦେଉଥିବା ନେଇ ସୋମବାର ବଲାଙ୍ଗିର ଅତିରିକ୍ତ ଜିଲ୍ଳା ଆରକ୍ଷୀ ଅଧିକାରୀ ସୁରେଶ ନାୟକଙ୍କ ଠାରେ ଶ୍ରୀ ଜୈନ ଅଭିଯୋଗ କରିଥିଲେ । ଏହି ମାମଲାର ତଦନ୍ତ ଦାୟିତ୍ୱ ବଲାଙ୍ଗିର ଏସଡିପିଓ ତୋଫାନ ବାଗ ଦାୟିତ୍ୱ ନେଇଥିବା କୁହାଯାଇଛି । ଅଭିଯୋଗ ପତ୍ର ଅନୁଯାଇ, ଗୁଡଭେଲା ବ୍ଲକ ଅନ୍ତର୍ଗତ ପେନ୍ଦିମୁଣ୍ଡା ଠାରେ ଥିବା ଗଜାନନ ରାଇସ ମିଲ ମାଲିକଙ୍କ ବଡଭାଇ ଓମ ପ୍ରକାଶ ଶର୍ମା ହଠାତ ଆସି ସାମ୍ବାଦିକ ଶ୍ରୀ ଜୈନଙ୍କ ଛାତି ଉପରକୁ ଦୁଇ ହାତ ଠେଲି ଦେଲେ । ଏନେଇ ଶ୍ରୀ ଜୈନଙ୍କ ଅଭିଯୋଗ କ୍ରମେ ଏକ ମାମଳା ତୁଷୁରା ଥାନାରେ ତା୧୫-୧୦-୨୩ରେ ରୁଜୁ ହୋଇଥିଲା । ତେବେ ସାମ୍ବାଦିକଙ୍କ ନାମରେ ଏକ ମାମଳା ରୁଜୁ କରିବା ସହ ତାଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ନାମରେ ୧୦୭ କେଶ ଲଗାଇଛନ୍ତି ଓମ୍‌ ପ୍ରକାଶ ଶର୍ମା ବୋଲି ଶ୍ରୀ ଜୈନ ଜଣାଇଛନ୍ତି । ଥାନାଧିକାରୀ ଜଣକ ଅଯଥାରେ ମତେ ଆଇନ ଜାଲରେ ଫସାଇବା ଚେଷ୍ଟା କରୁଥିବା ଶ୍ରୀ ଜୈନ ନିଜ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ଏନେଇ ତୁଷୁରା ଥାନା ଅଧିକାରୀ ସଞ୍ଜୀବ କୁମାର ପ୍ରଧାନଙ୍କୁ ପଚାରିବାରୁ ସବୁ ଅଭିଯୋଗ ମିଥ୍ୟା, ମୁଁ ଆଇନ ଅନୁଯାଇ କାର୍ୟ୍ୟ କରୁଛି ବୋଲି ସଫେଇ ଦେଇଥିଲେ ।

jittmm
Leave A Reply

Your email address will not be published.