
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ମସ୍ ଇଣ୍ଡିଆ ସାଇନ୍ ଅଫ୍ ସ୍କାଏ’ରେ ଗଞ୍ଜାମର ଗୌରବ ଆଣିଛନ୍ତି ଗୁଞ୍ଜନ ପ୍ରିୟଦର୍ଶିନୀ । ନୂଆଦିଲ୍ଲୀରେ ଅନୁଷ୍ଠିତ ସର୍ବଭାରତ ସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତାରେ ପ୍ରଥମ ରନର୍ସଅପ୍ ହୋଇ ସୁଶ୍ରୀ ଗୁଞ୍ଜନ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି । ଏଭଳି ଓଡ଼ିଶାର ଅନେକ ସୁନ୍ଦରୀ ତରୁଣୀ ରାଜ୍ୟ ତଥା ଜାତୀୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ କମାଲ୍ ଦେଖାଉଛନ୍ତି, ଓଡ଼ିଆ ଝିଅ । କୌଶିକ୍ ଇଭେଣ୍ଟ ଦ୍ୱାରା ଗତ ୧୪ ତାରିଖରେ ଆୟୋଜିତ ଏହି ମଡେଲ ପ୍ରତିଯୋଗିତାରେ ‘ମିସ୍- ଇଣ୍ଡିଆ ସାଇନ୍ ଅଫ୍ ସ୍କାଏ’ରେ ଯୁବକ, ଯୁବତୀ, ବିବାହିତା ମହିଳା ଆଦି ବିଭିନ୍ନ ବର୍ଗରେ ଦେଶର ବିଭିନ୍ନ ରାଜ୍ୟର କୋଣ ଅନୁକୋଣରୁ ୫୨ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ୨୦ଜଣ ପ୍ରତିଯୋଗୀ ଫାଇନାଲ୍କୁ ଉନ୍ନୀତ ହୋଇଥିଲେ । ପ୍ରତିଯୋଗିତାରେ ଓଡ଼ିଶାର ଫ୍ୟାସନ୍ ମଡେଲ ପ୍ରଶିକ୍ଷଣ ସଂସ୍ଥା ଓଡ଼ିଶା ଫ୍ୟାସନ ଭିଲ୍ଲାରୁ ମନୋନୀତ ହୋଇ ୨୦ ବର୍ଷୀୟା ଗୁଞ୍ଜନ ଭାଗ ନେଇଥିଲେ । ଗଞ୍ଜାମ ଜିଲ୍ଲା ବଡକୋଦଣ୍ଡା ଗ୍ରାମ ଭଞ୍ଜନଗର ନିବାସୀ ପଞ୍ଚାନନ ବିଶୋଇ ଓ ମନୋରମା ବିଶୋଇଙ୍କ ଝିଅ ହେଉଛନ୍ତି, ଗୁଞ୍ଜନ ପ୍ରିୟଦର୍ଶିନୀ । ସେ ପ୍ରଥମ ରନର୍ସଅପ୍ ହୋଇଥିଲେ । ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ରୀ ଗୁଞ୍ଜନ ଜଣେ ନୃତ୍ୟଶିଳ୍ପୀ ଓ ଥିଏଟର କଳାକାର ଅଟନ୍ତି । ନିଜର କଳା ପାରଦର୍ଶିତା ପାଇଁ ସେ ରାଷ୍ଟ୍ରପତିଙ୍କଠାରୁ ମଧ୍ୟ ପୁରସ୍କୃତ ହୋଇଛନ୍ତି, ବୋଲି କୁହାଯାଏ । ଏହା ଗଞ୍ଜାମ ଜିଲ୍ଲା ପାଇଁ ଏକ ଗୋୖରବର କଥା । ପ୍ରକାଶଥାଉକି, ଏହି ଜିଲ୍ଲାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଓଡିଶା ବିଧାନସଭାର ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ପ୍ରତିନିଧିତ୍ତ୍ୱ କରିଆସୁଛନ୍ତି । ଏଭଳି ଦେଶୀୟ, ଆନ୍ତର୍ଜାତୀୟ ସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତାରେ ମଧ୍ୟ ଗଞ୍ଜାମରୁ ସୁନ୍ଦରୀ ଲଳନାଙ୍କ ଅଂଶ ଗ୍ରହଣ କରିବାକୁ ଗୋଟିଏ ଗୋଟିଏ ବାହରୁଛନ୍ତି ବୋଲି ଗଣମାଧ୍ୟମରୁ ଜାଣିବାକୁ ମିଳୁଛି । ଯାହା ଦେଶ ଯଶକୀର୍ତ୍ତିରେ ଗଞ୍ଜାମର ସୁନାମ ମଣ୍ଡିତ ହୋଇଆସୁଛି, ବୋଲି ଜଣାଯାଇଛି ।
