କଣ୍ଟାବାଞ୍ଜି, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଟାକ୍ସି ଷ୍ଟାଣ୍ଡଠାରେ ବିଜେପି ଯୁବ ମୋର୍ଚ୍ଚା ଯୁବ ସମାବେଶ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ବଙ୍ଗୋମୁଣ୍ଡା ପେଟ୍ରୋଲ ପମ୍ପଠାରୁ ବିରାଟ ବାଇକ ରାଲିରେ ବାହାରି ବଙ୍ଗୋମୁଣ୍ଡା ନଗର ପରିକ୍ରମା କରିବା ପରେ ସଭାସ୍ଥଳକୁ ପହଞ୍ଚିଥିଲେ । ସୁଧାଂଶୁ ବଚ୍ଛାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଲକ୍ଷ୍ମଣ ବାଗ, ଜିଲ୍ଲା ବିଜେପି ସଭାପତି ଶିବାଜୀ ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ବିକଶିତ ଭାରତ ଯୋଜନା ସମ୍ପର୍କରେ ବିସ୍ତୁତ ଭାବେ ଆଲୋଚନା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଜନ ହିତକାରୀ ଯୋଜନାରେ ଅନୁପ୍ରାଣିତ ହୋଇ ଶତାଧିକ ବିଜେଡି ଓ କଂଗ୍ରେସର କର୍ମୀମାନେ ବିଜେପି ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଥିଲେ । ବିଜେପି ଦଳ ପକ୍ଷରୁ ଫୁଲତୋଡା ଦେଇ ସ୍ୱାଗତ କରିଥିଲେ । ଓଡିଶାରେ ଡବଲ ଇଞ୍ଜିନ ସରକାର ଗଢିବା ପାଇଁ ଅତିଥିମାନେ ଆହ୍ୱାନ କରିଥିଲେ । ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଚେଷ୍ଟା କରିଥିବାରୁ ତାଙ୍କୁ ଧନ୍ୟବାଦ ଦେଇଥିଲେ । ବର୍ତ୍ତମାନ ଅଞ୍ଚଳ ରାମମୟ ହୋଇଯାଇଥିବାରୁ ଖୁସିର ଲହରୀ ଖେଳି ଯାଇଛି । ଏଥିରେ ବହୁ ବିଜେପି ମହିଳା ଓ ପୁରୁଷ କର୍ମୀମାନେ ସାମିଲ ହୋଇଥିଲେ ।
Prev Post