oom

ଭାରତୀୟ ଜନତା ପାର୍ଟିର ବିଭିନ୍ନ ସ୍ଥାନରେ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଓ ମିଶ୍ରଣ ପର୍ବ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ତ୍ରିସ୍ତରୀୟ ଗ୍ରାମ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟି ତରଫରୁ ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ କାର୍ଯ୍ୟକର୍ତ୍ତା ବୈଠକ ଓ ମିଶ୍ରଣ ପର୍ବ ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କ ନେତୃତ୍ବରେ ଅନୁଷ୍ଠିତ ହୋଇଯାଇଛି । ପାଇକମାଲ ବ୍ଲକର ପାଇକମାଲ ଜିଲ୍ଲା ପରିଷଦ ଜୋନରେ ଏକ କାର୍ଯ୍ୟକର୍ତ୍ତା ବୈଠକ ଯୁବନେତା ପିତବାସ ସାହୁଙ୍କ ଅଧ୍ୟକ୍ଷତାରେ ଭେଙ୍ଗରାଜପୁର ପଞ୍ଚାୟତ ଡେଙ୍ଗନାଡିହୀ ଗ୍ରାମଠାରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟଅତିଥି ଭାବେ ବୋରାସମ୍ବର ଜମିଦାର ପ୍ରତାପ କେଶରୀ ସିଂ ବରିହା ଯୋଗଦେଇଥିଲେ । ସମ୍ମାନୀତ ଅତିଥି ଭାବେ ଜିଲ୍ଲା ଉପସଭାପତି ସରୋଜ ସାମଲ, ବିଜେପି ବରିଷ୍ଠ ନେତା ଗୋବର୍ଦ୍ଧନ ଅଗ୍ରୱାଲ, ଦୁର୍ଗାପ୍ରସାଦ ଅଗ୍ରୱାଲ, ହାଡୁ ସାହୁ, ପାଇକମାଲ ମଣ୍ତଳ ସଭାପତି କୈଳାସ ଦିଶ୍ରୀ, ପାଇକମାଲ ବ୍ଲକ ସାଂସଦ ପ୍ରତିନିଧି ବଳରାମ ସାହୁ, ଜିଲ୍ଲା ପରିଷଦ ପ୍ରାର୍ଥୀ ସୁରେନ୍ଦ୍ର ପ୍ରତାପ ସିଂ ବରିହା, ଲଖମରା ମଣ୍ତଳ ସଭାପତି ଭୀଷ୍ମଦେବ ସାହୁ ଆଦି ଯୋଗଦେଇ ଥିଲେ । ପାଇକମାଲ ମଣ୍ତଳ ଅଧିନରେ ଥିବା ଭୁବନେଶ୍ବରପୁର, ଛେତଗାଁ, ମିଠାପାଲି, ପାଇକମାଲ, ଭେଙ୍ଗରାଜପୁର, ପଲସଦା, କେର୍ମେଲାବାହାଲ ଗ୍ରାମ ପଞ୍ଚାୟତ ସମସ୍ତ ବିଜେପି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀ ଉପସ୍ଥିତ ଥିଲେ । ଟେମେରୀ ଗ୍ରାମ ପଞ୍ଚାୟତ ଖୁର୍ସାପାଲିଠାରେ ଅନୁଷ୍ଠିତ କାର୍ଯ୍ୟକର୍ତ୍ତା ବୈଠକରେ ମହେନ୍ଦ୍ର ପ୍ରଧାନ, ଚୁଡାମଣି ପାଣିଗ୍ରାହୀ, ସରପଞ୍ଚ ପ୍ରାର୍ଥୀ ରମେଶ ବରିହା, ସମିତି ସଭ୍ୟ ପ୍ରାର୍ଥୀ ପ୍ରଭାସିନି ଧାନ, ଜିଲ୍ଲା ପରିଷଦ ପ୍ରାର୍ଥିନୀ ଶ୍ରୀମତୀ ସୁରଭି ବରିହା ଉପସ୍ଥିତ ଥିଲେ । ଛିନ୍ଦେଇକେଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାରପଲ୍ଲିଆ, ଭାଲୁପଡା, ସର୍ଗିଡିହୀଠାରେ ଅନୁଷ୍ଠିତ ବିଜେପିର ଜନ ସଂପର୍କ ଯାତ୍ରାରେ ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ସହ ମାଣ୍ତୋସିଲ ଜିଲ୍ଲା ପରିଷଦ ପ୍ରାର୍ଥୀ ଶ୍ରୀମତୀ ତ୍ରିପୁରା ବରିହା, ସମିତିସଭ୍ୟ ପ୍ରାର୍ଥୀ ବଂଶିଧର ବରିହା, ସରପଞ୍ଚ ପ୍ରାର୍ଥୀ ସୁବାଷିନୀ ନନ୍ଦ, ପଞ୍ଚାୟତ ପ୍ରମୁଖ ନିରାକାର ରଣା, ଚତୁର ମାଝୀ, ହେମଲାଲ ମାଝୀ, ପିଲାସାଏ ଧରୁଆ, ବେଣୁଧର ମାଝୀ, ଫରୋଦ ଛତ୍ରିଆ, ରତନ ମାଝୀ, ହରି ମାଝୀ, ବାସୁ ମାଝୀ, ସୁଶାନ୍ତ ସାହୁ, ନିଳୟ ସାହୁ, ମଣ୍ଟୁ ସାହୁ, ଯତିନ ସାହୁ ପ୍ରମୁଖ ସାମିଲ ହୋଇଥିଲେ । ଡେଙ୍ଗନାଡିହୀ ଗ୍ରାମଠାରେ ଅନୁଷ୍ଠିତ କାର୍ଯ୍ୟକର୍ତ୍ତା ବୈଠକରେ ବିଜେଡିର ସକ୍ରିୟ ସଦସ୍ୟ ସର୍ବଶ୍ରୀ ପ୍ରେମାନନ୍ଦ ସାହୁ, ସୁବାଷ ମେହେର, ସତ୍ୟ ସାଗର, ପୁରୁଷୋତ୍ତମ ସେଠ, ଅଶ୍ବିନୀ ସାହୁ, ନାରଦ ପଟେଲ, କଙ୍ଗାଲୁ ବରିହା ପ୍ରମୁଖ ବିଜେପିରେ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.