oom

ପାଇକମାଲ ହାଇସ୍କୁଲରେ ମିଶନ୍ ୧୦୦

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ସରକାରୀ ଉଚ୍ଚ ବିଦ୍ୟାଳୟ ହାଇସ୍କୁଲରେ ମିଶନ ୧୦୦ ବିଇଓ ଚୁଡ଼ାମଣି ବାରିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ବିଇଓ ଜନକ ଲାଲ ମେହେର ଉଦ୍‌ଘାଟନ କରିଥିଲେ । ସମାପନ ସମାରୋହରେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସମୟର ସଦୁପଯୋଗ ସହ କଠିନ ପରିଶ୍ରମ କରିବା ସହ ସମସ୍ତ ବିଷୟରେ ୧୦୦ ନମ୍ବର ରଖି କୃତିତ୍ୱ ଅର୍ଜନ କରିବା ପାଇଁ ଆହ୍ୱାନ ଦେଇଥିଲେ । ଏହି ଶିବିରରେ ପାଇକମାଳ ବ୍ଲକର ୮୭ ଜଣ ଛାତ୍ରଛାତ୍ରୀଙ୍କୁ ୧୭ ଜଣ ସାଧନ କର୍ମୀ ପ୍ରଶିକ୍ଷଣ ଦେଇଥିଲେ । ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଧିରୋଜ କୁମାର ପଟ୍ଟନାୟକ ଏବଂ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ରମେଶ ଭୋଇ, ନନ୍ଦଲାଲ ନାୟକ, ବଳରାମ ସାହୁ ତଥା ଶିକ୍ଷାବିତ୍ ସସ୍ମିତା ସାହୁ ଛାତ୍ରଛାତ୍ରୀଙ୍କୁ ୧୦୦ରୁ ୧୦୦ ଅଙ୍କ ରଖିବା ପାଇଁ ବିଭିନ୍ନ ସୂତ୍ର ଉପସ୍ଥାପନ କରିଥିଲେ । ବବିତା ବେହେରା, ସୁଦାମ ପାଣ୍ଡେ, ଲଳିତ କୁମାର ବିଶ୍ୱାଳ, ନନ୍ଦିନୀ ସେଠ୍, ଅମିତ ସାହୁ, ଜଗବନ୍ଧୁ, ସ୍ଵର୍ଣ୍ଣଲତା, ସ୍ଵାଧୀନ ଏବଂ ତ୍ରିଲୋଚନ ନାୟକ ମଞ୍ଚ ପରିଚାଳନ କରିଥିବା ବେଳେ ପ୍ରଧାନ ଶିକ୍ଷକ ଦ୍ଵାଦଶ କୁମାର ପଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.