oom

ଆଗଲପୁର ବ୍ଲକ ପରିସରରେ ମିଶନ ଶକ୍ତି କାଫେର ଶୁଭ ଉଦଘାଟନ

jsmm

ଆଗଲପୁର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ପରିସରରେ ମିଶନ ଶକ୍ତି କାଫେର ଶୁଭ ଉଦ୍‌ଘାଟନ ହୋଇଯାଇଛି । ଉକ୍ତ ଶୁଭ ଉଦ୍‌ଘାଟନୀ ଉତ୍ସବରେ ସର୍ବପ୍ରଥମେ ବ୍ଲକ ଅଧ୍ୟକ୍ଷା ଶ୍ରୀମତି ଗୀତାଞ୍ଜଳି ଦାଶ ନଡିଆ ଭାଂଗି, ଫିତା କାଟି ଉଦ୍‌ଘାଟନ କରିଥିଲେ । ଉଦ୍‌ଘାଟନୀ ଉତ୍ସବରେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୁଳଦୀପ ମହାନ୍ତି, ବ୍ଲକ ଉପାଧ୍ୟକ୍ଷା ଶ୍ରୀମତୀ ନିରୁପମା ପଧାନ, ଜିଲ୍ଲା ପରିଷଦ ଜୋନ ୨ର ସଭ୍ୟା ଶ୍ରୀମତୀ ବିଣା ପାଣି ଦାଶ, ଡୁଡୁକା ସରପଂଚ ଅଶୋକ ପଟେଲ, ସମିତି ସଭ୍ୟ ଉମାକାନ୍ତ ପଟେଲ, ଜିଲ୍ଲା ପ୍ରୋଜେକ୍ଟ ସଂଯୋଜକ ସୁମନ ଦ୍ୱିବେଦୀ, ମିଶନ ଶକ୍ତିର ବ୍ଲକ ପ୍ରୋଜେକ୍ଟ ସଂଯୋଜକ ସଚ୍ଚିଦାନନ୍ଦ ଷଡଙ୍ଗୀ, ବିଏଲ୍‌ସିଶ୍ରା ଜ୍ଞାନରଂଜନ ସା, ପ୍ରମୁଖ ଉପସ୍ଥିତ ଥିଲେ । ବ୍ଲକର ବିଏଲ୍‌ଏଫ୍‌ ଗ୍ରୁପ କାଫେ ପରିଚାଳନା ଦାୟିତ୍ୱ ନେଇଥିବା ଜଣା ପଡିଛି । ବ୍ଲକ ପରିସରରେ କାଫେ ହେବା ଦ୍ୱାରା ବ୍ଲକ କର୍ମଚାରୀମାନଙ୍କ ସହ ବ୍ଲକକୁ ଆସୁଥିବା ସମସ୍ତ ପଂଚାୟତର ଲୋକେ ତଥା ଜନସାଧାରଣ ବିଶେଷ ଉପକୃତ ହେବେ ବୋଲି ପ୍ରକାଶ ।

jittmm
Leave A Reply

Your email address will not be published.