oom

ଜାତୀୟ ନ୍ୟାୟିକ ବିଶ୍ୱବିଦ୍ୟାଳୟ ଉପଭୋକ୍ତା ମୀମାଂସା ତାଲିମରେ ବଲାଙ୍ଗିରର ଜ୍ୟୋସ୍ନା ମିଶ୍ରଙ୍କ ପ୍ରତିନିଧିତ୍ୱ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଖାଉଟି ମୀମାଂସା ଅଦାଲତର ପ୍ୟାନେଲ ସଦସ୍ୟା ଶ୍ରୀମତୀ ଜ୍ୟୋସ୍ନା ମିଶ୍ର, ସଭାପତି ରବୀନ୍ଦ୍ର ତ୍ରିପାଠୀ ଓଡିଶା ରାଜ୍ୟ ଜାତୀୟ ନ୍ୟାୟିକ ବିଶ୍ୱବିଦ୍ୟାଳୟ, କଟକଠାରେ ଅନୁଷ୍ଠିତ ତିନିଦିନ ଦକ୍ଷତା ବୃଦ୍ଧି ତାଲିମ ପାଇଁ ବଲାଙ୍ଗିର ଜିଲ୍ଲାରୁ ପ୍ରତିନିଧିତ୍ୱ କରିଥଲେ । ବଲାଙ୍ଗିର ଜିଲ୍ଲା ଖାଉଟି ମୀମାଂସାର ବିଗତ ଦିନର ସବିଶେଷ ଉନ୍ନତିକରଣ, ଉପଭୋକ୍ତା ମୀମାଂସାର ନ୍ୟାୟକ ସମାଧାନ ସମ୍ବନ୍ଧରେ ବିସ୍ତୃତ ରିପୋର୍ଟ ବର୍ଣ୍ଣନା କରିବା, ଖାଉଟିଙ୍କ ସମସ୍ୟା ଜନିତ ନ୍ୟାୟିକ ବିଚାରର ନୂଆ ଧାରା ଅବଲମ୍ବନ କରିବା, ଆଧୁନିକ ପ୍ରଣାଳୀରେ ଭର୍‌ଚୁଏଲ୍‌ ମୋଡ଼ରେ ନ୍ୟାୟିକ ବ୍ୟବସ୍ଥ, ମିଡ଼ିଏସନ ସେଲର ସୁବ୍ୟବସ୍ଥା ଇତ୍ୟାଦି ଉପରେ ଆଲୋଚନା କରି, ବଲାଙ୍ଗିର ଜିଲ୍ଲାର ପ୍ରମୁଖ ଖାଉଟି ମୀମାଂସାର ନ୍ୟାୟିକ ସମସ୍ୟା ଉପରେ ଶ୍ରୀମତୀ ମିଶ୍ର ଗୁରୁତ୍ୱରୋପ କରିଥିଲେ । ଓଡିଶା ରାଜ୍ୟ କଟକର ଜାତୀୟ ନ୍ୟାୟିକ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ବେଦ କୁମାରୀ (କଟକ) ଏହି ତାଲିମକୁ ଉଦ୍‌ଘାଟନ କରାଇଥିବା ବେଳେ ସବିଶେଷ ଆମନ୍ତ୍ରିତ ଅତିଥିଗଣ ଯଥା ପ୍ରଫେସର କମଲଜିତ ସିଂ କୁଳପତି (ରାଜ୍ୟ ମଧୁସୂଦନ ନ୍ୟାୟିକ ବିଶ୍ୱ ବିଦ୍ୟାଳୟ), ଦିଲୀପ କୁମାର ମହାପାତ୍ର (ସଭାପତି ରାଜ୍ୟ ଉପଭୋକ୍ତା ମୀମାଂସା ଆୟୋଗ) ଡା. ମାୟଙ୍କ ତିୱାରୀ ପ୍ରଫେସର ନ୍ୟାୟିକ ବିଶ୍ୱ ବିଦ୍ୟାଳୟ) ଡ଼. ସୁଦତ୍ତ ବାରିକ (ପ୍ରଫେସର ନ୍ୟାୟିକ ବିଶ୍ୱ ବିଦ୍ୟାଳୟ କଟକ) ଯେ.ପି. ସିଂ ସିନିୟର ଓକିଲ ଉଚ୍ଚ ଅଦାଲତ (କଟକ) ଅଶୋକ କୁମାର ରାଜସ୍ଥାନ (ଉଚ୍ଚ ନ୍ୟାୟିକ ବିଶ୍ୱ ବିଦ୍ୟାଳୟ) ଜଷ୍ଟିସ ଗୌତମ ଚୌରାଦିଆ (ସଭାପତି ଛତିଶଗଡ ରାଜ୍ୟ ଉପଭୋକ୍ତା ମୀମାଂସା ଆୟୋଗ) ଜଷ୍ଟିସ ଅମରେଶ୍ୱର ପ୍ରତାପ ସାହି (ଜାତୀୟ ଉପଭୋକ୍ତା ମୀମାଂସା ଆୟୋଗ- ଓଡିଶା) ଯୋଗଦାନ କରିଥିବା ବେଳେ ତାଲିମର ତୃତୀୟ ଦିବସରେ ଜାତୀୟ ରାଜ୍ୟ ନ୍ୟାୟିକ ବିଶ୍ୱ ବିଦ୍ୟାଳୟର କୁଳପତି ବେଦ କୁମାରୀ ଓଡିଶା ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ତାଲିମ ନେଇଥିବା ସଭ୍ୟ, ସଭ୍ୟାଙ୍କୁ ସମ୍ମାନିତ କରି ଶିବିରକୁ ଅନୁଷ୍ଠାନିକ ଭାବେ ସମାପନ ଘୋଷଣା କରାଇ ସମ୍ମାନପତ୍ର ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.