oom

ମିଳିତ ମଂଚ ଗଠିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟଡିୟମ ଠାରେ ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀ ସଂଘ ତଥା ପଶ୍ଚିମାଂଚଳ ଅବସରପ୍ରାପ୍ତ କର୍ମଚାରୀ ସଂଘର ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇ ଅବସରପ୍ରାପ୍ତ ଶିକ୍ଷକ କର୍ମଚାରୀ ମିଳିତ ମଂଚ ନାମରେ ଏକ ବୃହତ ସଂଘ ଗଠିତ ହୋଇଯାଇଛି । ଏଥିରେ ନବ ମିଳିତ ମଂଚର କର୍ମକର୍ତ୍ତା ଭାବେ ଉପଦେଷ୍ଟା ଡ. ଜୟକୃଷ୍ଣ ଦାଶ ଶର୍ମା, ଡ. ସତ୍ୟବନ୍ତ ବେଦବାକ, ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ବନମାଳୀ ପାଣିଗ୍ରାହୀ, ଗୋବିନ୍ଦ ମିଶ୍ର, କାର୍ଯ୍ୟକାରୀ କମିଟି ସଭାପତି ନୀଳମଣି ମିଶ୍ର, ଉପ-ସଭାପତି ବ୍ରଜରାଜ ପୁରୋହିତ, ପର୍ଶୁରାମ ନାଏକ, ସଂପାଦକ ପୁରନ୍ଦର ଦାଶ, ଯୁଗ୍ମ ସଂପାଦକ ପଦ୍ମଚରଣ ଆଚାର୍ଯ୍ୟ, ମନୋରଂଜନ ମିଶ୍ର, କୋଷାଧ୍ୟକ୍ଷ ସୁଧାଂଶୁ ଶେଖର ବାବୁ, କାର୍ଯ୍ୟକାରୀ କମିଟି ସଭ୍ୟ ରଘୁନାଥ ମିଶ୍ର, ବୃନ୍ଦାବନ ବରାଳ, ରବି ନାରାୟଣ ମହାନ୍ତି ଏବଂ ପ୍ରଭାକର ମିଶ୍ର ରହିଥିବା ବେଳେ ଏହି ସଂଘର କାର୍ଯ୍ୟକାଳ ୨ ବର୍ଷ ହେବ । ପରିଶେଷରେ ପଦ୍ମଚରଣ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.