oom

ମିଳିତ ମଞ୍ଚ ତରଫରୁ କନଭେନସନ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଆସନ୍ତା ମେ ୨୦ ତାରିଖ ଶ୍ରମ ସଂଗଠନ ମାନଙ୍କ ତରଫରୁ ଦେଶବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଧର୍ମଘଟ ପରୀପ୍ରେକ୍ଷୀରେ ଆଜି ଅପରାହ୍ନ ୪ଟାରୁ ୬ ଘଟିକା ପର୍ଯ୍ୟନ୍ତ ବିଶ୍ରାଛକ ଠାରେ ମିଳିତ ମଞ୍ଚ ତରଫରୁ ଏକ କନଭେନସନ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନବିରୋଧୀ, ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ଏହି ଧର୍ମଘଟର ଡାକରା । ଆସନ୍ତା ମେ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଧର୍ମଘଟର ଉଦ୍ଦେଶ୍ୟ, ଧର୍ମଘଟକୁ କିପରି ସଫଳ କରାଯିବ ସେ ବିଷୟରେ ବିସ୍ତୃତ ଆଲୋଚନା ମାଧ୍ୟମରେ ବିଭିନ୍ନ ଶ୍ରମ ସଂଗଠନର ନେତୃମଣ୍ଡଳୀ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବକ୍ତବ୍ୟ ରଖିବା ସହିତ ଉପସ୍ଥିତ ଥିବା ନେତୃମଣ୍ଡଳୀରେ ଆଇଏନଟିୟୁସିର ଜିଲ୍ଲା ସଭାପତି ତଥା ରାଉରକେଲା ଶ୍ରମିକ ସଂଘ ଉପସଭାପତି ନିହାର ଦାସ, ବୀରକିଶୋର ଶେଖରଦେଓ, ରଘୁନାଥ ପ୍ରଧାନ, ସୌମ୍ୟକାନ୍ତ ଧଳ, ବିକାଶ ବେହୁରିଆ, ସିଆଟିୟୁର କମ୍ରେଡ ଜାହାଙ୍ଗୀର ଅଲ୍ଲୀ, ବିମାନ ସାଇତି,ଏଚ୍ଏମ୍ଏସ୍‌ସ୍ର ଖଗେନ୍ଦ୍ର ବେହେରା, ସତ୍ୟାନନ୍ଦ ବେହେରା, ଏଆଇଟିୟୁସିର ରାଜ୍ୟ କାର୍ଯ୍ୟକାରୀ ସଭାପତି ମହେଶ୍ୱର ରାଉତ, ରମେଶ ସେଠି, ଆର୍‌ଡବ୍ଲୁୟୁର ଅଜିତ ନାୟକ, ସତ୍ୟପ୍ରିୟ ମହାନ୍ତି, ଇଲୁ ରାଜା ମାହାନ୍ତି , ଭାଗୀରଥି ଟୁଡୁ, ସଦାନନ୍ଦ ସାହୁ, ବିଷ୍ଣୁ ପଣ୍ଡା ପ୍ରମୁଖ ଅନ୍ୟତମ । ଏହି ଅବସରରେ ଶତାଧିକ କର୍ମକର୍ତ୍ତା ଉପସ୍ଥିତ ଥିଲେ ଏବଂ ସର୍ବସମ୍ମତିକ୍ରମେ ଆସନ୍ତା ମେ ୨୦ ତାରିଖ ସର୍ବଭାରତୀୟ ଧର୍ମଘଟକୁ ସଫଳ କରିବା ପାଇଁ ସର୍ବସାଧାରଣଙ୍କୁ ନିବେଦନ କରିଥିଲେ ।

jittmm
Leave A Reply

Your email address will not be published.