ମ. ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ. ରାମପୁର ଅଞ୍ଚଳରେ ଦୀର୍ଘ ଏକ ଶହ ବର୍ଷରୁ ଅଧିକ ସମୟ ଧରି କାମନା ଦଣ୍ଡ ସଂସ୍କୃତିର ଉପାସନା ହେଇଆସୁଛି । ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି କାମନା ଦଣ୍ଡ ଏପ୍ରିଲ ଏକ ତାରିଖରୁ ତେରଦିନ ଧରି ଏହି ଯାତ୍ରା ଅନୁଷ୍ଠିତ ହେବ । ଏହି କ୍ରମରେ ପୂର୍ବ ବର୍ଷମାନଙ୍କ ଭଳି ଚଳିତ ବର୍ଷ ଏପ୍ରିଲ ୧୧ ତାରିଖରେ ମ. ରାମପୁର ଅଞ୍ଚଳରେ ହେଉଥିବା ଛଅଗୋଟି ଦଣ୍ଡଦଳକୁ ନେଇ ଷଷ୍ଠ ଶମ୍ଭୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ ଏକ ପ୍ରସ୍ତୁତି ବୈଠକ ରାଧାକୃଷ୍ଣ ମନ୍ଦିର ସଭାଗୃହରେ ଆୟୋଜକ ଅନୁଷ୍ଠାନ ଆଞ୍ଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ତରଫରୁ ଅନୁଷ୍ଠିତ ହୋଇଯାଇଛି । ପରିଷଦର ସଭାପତି ରୁଦ୍ର ପ୍ରତାପ ସିଂହଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ସ୍ୱାଗତ ଅଭିଭାଷଣ ପ୍ରଦାନ ସହ ପୂର୍ବ ବୈଠକର ବିବରଣୀ ପଠନ କରିଥିଲେ । ଶମ୍ଭୁ ମିଳନକୁ ସୁଚାରୁ ରୂପେ ସଂପାଦନ କରିବା ପାଇଁ ବିଭିନ୍ନ ଦାୟିତ୍ଵ ଅର୍ପଣ କରାଯାଇଥିଲା । ଆଲୋଚନାରେ ଉପଦେଷ୍ଟା ପଦ୍ମଲୋଚନ ମିଶ୍ର, ଧନୁର୍ଯ୍ୟ ମହାରଣା, ଶିବ ପ୍ରସାଦ ଶତପଥୀ, ବିଭୂତି ଭୂଷଣ ମହାଖୁଡ, ପ୍ରଶାନ୍ତ ସାମନ୍ତରା, ସତ୍ୟ ନାରାୟଣ ସାହୁ, ବିଜୟ ମହାଖୁଡ ଦ୍ରୋଣାଚାର୍ଯ୍ୟ ମାଝୀ, ଶିବ ପ୍ରସାଦ ପଟ୍ଟନାୟକ, ପ୍ରକାଶ ତ୍ରିପାଠୀ, ଉଦ୍ଧବ ପଣ୍ଡା, ସଂଯୁକ୍ତା ପୁରୋହିତଙ୍କ ସମେତ ବିଭିନ୍ନ ଦଣ୍ଡଦଳ ଓ ପରିଷଦର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।
Prev Post
Next Post