ଆସନ୍ତା କାଲି ନିଜ ଅଧୀକାର ଦାବୀରେ ଜନଜାତିଙ୍କ ବିଶାଳ ମେଳି

କଳାହାଣ୍ଡି, (ପି.କେ ସାହୁ) : ଜନଜାତି ସୁରକ୍ଷା ମଞ୍ଚ ତରଫରୁ ଆସନ୍ତା କାଲି ୨୫ ମାର୍ଚ୍ଚ ୨୦୨୩ ଭୁବନେଶ୍ୱରଠାରେ ବିଶାଳ ଜନଜାତି ସମାବେଶ ହେବାକୁ ଯାଉଛି । ଏଥିରେ ସମଗ୍ର ଓଡିଶାର ହଜାର ହଜାର ଆଦିବାସୀ ମହିଳା ପୁରୁଷ ଯୋଗଦାନ କରି ତାଙ୍କର ନ୍ୟାର୍ଯ୍ୟ ଦାବୀକୁ ସଫଳ କରିବା ପାଇଁ ସରକାରଙ୍କଠାରେ ଉପସ୍ଥାପନା କରିବେ । ପାରମ୍ପରିକ ଭାବେ ଜଙ୍ଗଲ ଜମି ଓ ଜଳ କିଭଳି ସୁରକ୍ଷିତ ରହିବ, ଜୀବନ ଜୀବିକା ତଥା ପରମ୍ପରା ସଂରକ୍ଷିତ ରହିବ ଏହା ଉପରେ ଜୋର ଦେବାକୁ ଦାବୀ ଜଣାଇବେ ବୋଲି ସୂଚନା ମିଳିଛି । ନକଲି ଆଦିବାସୀ ହଟାଇବା, ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରି ଅନୁସୂଚିତ ଜାତିରେ ନିଜର ଜାତିଗତ ପ୍ରମାଣପତ୍ର ହାସଲ କରିବାକୁ ବିରୋଧ ଉପରେ ଏମାନେ ସରକାରଙ୍କଠାରେ ଗୁରୁତ୍ୱ ଦେବେ ବୋଲି ଜଣାପଡିଛି । କଳାହାଣ୍ଡିର ମେଦିନୀଧର ଜାନୀଙ୍କ ନେତୃତ୍ୱରେ ଏବଂ ଶକ୍ତିଦୟାଲ କିସ୍କୋଙ୍କ ନେତୃତ୍ୱରେ ନର୍ଲାଠାରେ ଏକତ୍ର ହୋଇ ଭୁବନେଶ୍ୱର ଅଭିମୁଖେ ରମାନା ହୋଇଛନ୍ତି ।

Leave A Reply

Your email address will not be published.