om academy

ମାର୍ଚ୍ଚ ୧୨ରୁ ଆରମ୍ଭ ହେବ ଓଡ଼ିଶା ପ୍ରସିଦ୍ଧ ହରିରାଜପୁର ମେଳଣ

jsm

ଜଟଣୀ : ଓଡ଼ିଶା ପ୍ରସିଦ୍ଧ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥଦେବଙ୍କ ପଞ୍ଚୁଦୋଳ ମେଳଣ ୧୨ ତାରିଖ ରବିବାରଠାରୁ ଆରମ୍ଭ ହେବ । ଜଟଣୀ ନିକଟବର୍ତୀ ପୁରୀ ଜିଲ୍ଲା ଅନ୍ତର୍ଗତ ହରିରାଜପୁର ଗ୍ରାମରେ ଅନୁଷ୍ଠିତ ଏହି ମେଳଣରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ୧୨ ତାରିଖ ଜମାଣ ରାତ୍ର ହୋଇଥିବା ବେଳେ ୧୬ ତାରିଖ ଗୁରୁବାର ଠାକୁର ମେଳଣ ଉତ୍ସବ ଅନୁଷ୍ଠିତ ହେବ ବୋଲି ପଞ୍ଚୁଦୋଳ ମେଳଣ ପରିଚାଳନା ପରିଷଦ ପକ୍ଷରୁ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହାର ସଂଯୋଜକ ପ୍ରସନ୍ନ ମହାରଥୀ କହିଛନ୍ତି । ଏଥର ମେଳଣରେ ଅନ୍ୟତମ ଆକର୍ଷଣ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ୭ ଶହ ସଂକୀର୍ତ୍ତନ ମଣ୍ଡଳୀ ଏଠାରେ ଏକତ୍ରିତ ହୋଇ ମେଳଣ ପଡ଼ିଆ ଓ ନିକଟବର୍ତ୍ତୀ ଅଞ୍ଚଳରେ “ହରିହାଟ’ କରିବେ ।

ଏହାଛଡ଼ା ୧୪ ଓ ୧୫ ତାରିଖ ଦୁଇଦିନ ବିଭିନ୍ନ ଦେବଦେବୀଙ୍କ ବେଶରେ ଶତାଧିକ ବାଳକ ବାଳିକା ମେଳଣପଡ଼ିଆ ସଂଧ୍ୟା ଆଳତୀରେ ସାମିଲ ହେବେ ବୋଲି ସୂଚନା ଦେଇଥିଲେ । ୫ ଦିନ ଧରି ଅନୁଷ୍ଠିତ ମେଳଣରେ ସ୍ୱାସ୍ଥ୍ୟଶିବିର, ବିଭିନ୍ନ ସରକାରୀ ବିଭାଗର ପ୍ରଦର୍ଶନୀ ମଣ୍ଡପ, ମିଶନ ଶକ୍ତି ପକ୍ଷରୁ ଷ୍ଟଲ, ସଂସ୍କୃତି ବିଭାଗ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହାଛଡ଼ା ବିଭିନ୍ନ ସଂଗଠନ ପକ୍ଷରୁ ମେଲୋଡ଼ି, ଭଜନ ଓ ମନୋରଞ୍ଜନ ଧର୍ମୀ କାର୍ଯ୍ୟକ୍ରମ ଆୟୋଜନ ହେବ ।

Leave A Reply

Your email address will not be published.