oom

ଦହିଗାଁ କ୍ଲଷ୍ଟରସ୍ତରୀୟ ନିପୁଣ ମେଳା ଅନୁଷ୍ଠିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜବୋଡାସମ୍ବର ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅଧୀନରେ ଥିବା ଦହିଗାଁ କ୍ଲଷ୍ଟରର ନିପୁଣ ମେଳା ବିରିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସରପଞ୍ଚ ବିଧିଭୂଷଣ ଚାନ୍ଦ, ସମ୍ମାନିତ ଅତିଥି ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବିଶିକେଶନ ଶତପଥି, ପ୍ରଧାନ ଶିକ୍ଷକ ଚୈତନ୍ୟ ଚରଣ ଦାଶ, ୱାର୍ଡମେମ୍ବର ବୀରବର କମାଟି, ଶ୍ରୀପ୍ରସାଦ ମାଝୀ, ଗାଁ ଗୌନ୍ତିଆ ଭିକାରି କମାଟି ଯୋଗ ଦେଇ ସଭାକୁ ଉଦ୍‌ଘାଟନ କରିଥିଲେ । ବିଶିକେଶନ ଶତପଥି ଓ ଶିକ୍ଷକ ମୁକୁନ୍ଦ ମେହେର କୁନି କୁନି ଶିଶୁମାନଙ୍କୁ ଉଦ୍‌ବୋଧନ ଦେଇ ନିପୁଣ ମେଳା ବିଷୟର ସମ୍ୟକ ଧାରଣା ଦେଇଥିଲେ । ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସହିତ ସୃଜନାତ୍ମକ ଗପ, ଗୀତ, ଅଭିନୟ, ନାଟକ, ବକ୍ତୃତା ଉପରେ ଷ୍ଟଲ ମାନ ଖୋଲାଯାଇଥିଲା । ଦହିଗାଁ କ୍ଲଷ୍ଟରର ପ୍ରତ୍ୟେକ ବିଦ୍ୟାଳୟରୁ ଦଶ ଦଶ ଜଣ ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଗ ଦେଇଥିଲେ । ଉଦ୍‌ଯାପନୀ ସଭାରେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣ ପତ୍ର ଓ ଉପହାରମାନ ପ୍ରଦାନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ସିଆର୍‌ସିସି ସଞ୍ଜୟ ପଟେଲ ଆୟୋଜନ କରିଥିବା ବେଳେ ଗୌରଚନ୍ଦ୍ର ହୋତା, ବାସନ୍ତୀ ସାହୁ, ରାଜକୁମାର ସାହୁ, ଗୀତେନ୍ଦ୍ର ସାହୁ, ଡୋଳାମଣୀ ପଟେଲ, ଦୁର୍ଯ୍ୟୋଧନ କୁଅଁର, ସଭ୍ୟା ଭୁଏ, ଚନ୍ଦ୍ରମା ମଚୁ ଓ ବିଦ୍ୟାଳୟ କମିଟିର ସଭ୍ୟସଭ୍ୟା ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.