ଆଗଲପୁର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଉପରବାହାଲ ହାଇସ୍କୁଲରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହେଇଯାଇଛି । ଏଥିରେ ୪୨ଟି ପ୍ରକଳ୍ପ ସ୍ଥାନୀତ ହୋଇଛି । ବଲାଙ୍ଗିର ଜିଲ୍ଲା ମାଷ୍ଟର ଟ୍ରେନର, ନାସା ପରିବେଶ ଗବେଷକ ଦିଲୀପ କୁମାର ଧଳ ମୁଖ୍ୟ ଅତିଥି ଭାବରେ ଯେ।ଗଦାନ କରି ପ୍ରଦୀପ ପ୍ରଜ୍ୱଳନ କରିବା ସହ ଏହାର ଶୁଭାରମ୍ଭ କରିଛନ୍ତି । ଆଗଲପୁର ବ୍ଲକ ସିଆରସିସି ରୋହିତ ପଧାନ, ଦେବାଶିଷ ସାହୁ, ବ୍ଲକ କୋଡିନେଟର ତାରାକାନ୍ତ ମିଶ୍ର, ବିଦ୍ୟାଳୟ ପରିଚାଳନା ସଭାପତି ଲୁକୁରାମ ସାହୁ ପ୍ରମୁଖ ଅତିଥି ଭାବରେ ଯୋଗଦାନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଫଗନୁ ସାହୁ ସଭାପତିତ୍ୱ କରିଥିଲେ । ଦଶମ ଶ୍ରେଣୀ ଛାତ୍ରୀ ବବଲି ସୁନା ଏହାକୁ ପରିଚାଳନା କରିଥିଲେ । ଶିକ୍ଷକ ଚୁଡାମଣି ପରୁଆ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ସୁଜିତ ସତପଥି ଓ ଅଞ୍ଜନା ଜେନା ସହଯୋଗ କରିଥିଲେ । ୟୁଜିଏଚଏସ ମାଧିଆପାଲିର ପ୍ରଧାନ ଶିକ୍ଷୟିତ୍ରୀ ଲିଳାବତି ମିଶ୍ର ଓ ବଲାଙ୍ଗିର ପିପିଏକାଡେମିର ବିଜ୍ଞାନ ଶିକ୍ଷୟିତ୍ରୀ ଅନନ୍ୟା ମିଶ୍ର ବିଚାରକ ରହିଛନ୍ତି ।
Prev Post