ବାରିପଦା, (ଦେବସ୍ମିତ ଚୌଧୁରୀ) : ସ୍ଥାନୀୟ ଭଂଜପୁରଠାରେ ଉତ୍ତର ଓଡିଶାର ପ୍ରସିଦ୍ଧ ଜଗଦ୍ଧାତ୍ରୀ ମେଳାର ୧୧ତମ ସନ୍ଧ୍ୟାରେ ପ୍ରଥମେ ବାରିପଦାର ଯୁବ କଳାକାରମାନେ ମାୟରା ଫେସନ ସୋ ପ୍ରଦର୍ଶନ କରିଥିଲେ । ଇଣ୍ଡିଆନ ଆଇଡଲର ପ୍ରତିଯୋଗୀ ମୟୂରୀ ସାହା ସୁମଧୁର କଣ୍ଠରେ ହିନ୍ଦୀ ଓ ବେଙ୍ଗୋଲୀ ଗୀତ ପରିବେଷଣ କରି ଦର୍ଶକଙ୍କ ମନକୁ ଜିଣିଥିଲା । ପରେ ପରେ ଇଣ୍ଡିଆନ ଆଇଡଲର ଅନ୍ୟତମ ପ୍ରତିଯୋଗୀ ପ୍ରିୟାଂଶୁ ଦତ୍ତଙ୍କ ଆକର୍ଷଣୀ ସଂଗୀତ ପରିବେଷଣ ଦର୍ଶକଙ୍କୁ ବିମୋହିତ କରିଥିଲା । ଆସନ୍ତା କାଲି ଅନୁଷ୍ଠାନିକ ଭାବେ ଉଦଯାପିତ ହେବ ଜଗଦ୍ଧାତ୍ରୀ ମେଳା ୨୦୨୫ । କୃତୀ ପ୍ରତିଯୋଗୀମାନଙ୍କ ସହ ଶ୍ରେଷ୍ଠ ଷ୍ଟଲ ଓ ସାଂସ୍କୃତିକ ଦଳକୁ ମଧ୍ୟ ପୁରସ୍କୃତ କରାଯିବ । ମାତ୍ର ୧୫ ରୁ ୧୭ ମଧ୍ୟରେ ବଲିଉଡ ନାଇଟର କାର୍ଯ୍ୟକ୍ରମ ରହିଛି ବୋଲି ସାଂସ୍କୃତିକ ସମ୍ପାଦକ କିଶୋର ପଲେଇ ଜଣାଇଛନ୍ତି ।