ସରସ୍ଵତୀ ବିଦ୍ୟା ମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର ୬ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରଠାରେ ଏକଦିବସୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସୁରେନ୍ଦ୍ର କୁମାର ଶତପଥୀଙ୍କ ଆବାହକତ୍ଵ, ଗୁରୁମା ସନ୍ଧ୍ୟାରାଣୀ ସାମନ୍ତ ଓ ପୁଷ୍ପାଞ୍ଜଳି ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି ମେଳାର ଉଦଘାଟନୀ ଉତ୍ସବରେ ସ୍କାଉଟ ଆଣ୍ଡ ଗାଇଡର କମିଶନର ତଥା ପ୍ରାକ୍ତନ ପ୍ରଧାନଶିକ୍ଷକ ବ୍ରଜେନ୍ଦ୍ର ଦାଶ ମୁଖ୍ୟ ଅତିଥି ଓ ଅନ୍ୟତମ ଅତିଥିଭାବେ ନିର୍ମଳଚନ୍ଦ୍ର ଦାସ ଯୋଗଦେଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଦାଶ ତାଙ୍କ ବକ୍ତବ୍ୟରେ ବିଜ୍ଞାନକୁ ଆମର ଆଶାବାଡି ରୁପେ ଅବହିତ କରି ବିଜ୍ଞାନ ମାଧ୍ୟମରେ ଆମର ଉପଲବ୍ଧି ଓ ତା ମାଧ୍ୟମରେ ଆମ ନିଜସ୍ଵ ଜ୍ଞାନକୌଶଳ ବିନିଯୋଗ କରି ସମାଜର ହିତ କରିବା କରିବା ପାଇଁ ଆହ୍ୱାନ ଦେଇଥିଲେ । ପ୍ରାରମ୍ଭରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଶତପଥୀ ସ୍ୱାଗତ ଭାଷଣ ସହ ଅତିଥି ମାନଙ୍କ ପରିଚୟ ଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ସେହିପରି ଉଦଯାପନୀ କାର୍ଯ୍ୟକ୍ରମରେ ପ୍ରାକ୍ତନ ପ୍ରଧାନଶିକ୍ଷକ ପ୍ରବୀର କୁମାର ଦୁବେ ଅତିଥି ଭାବେ ଯୋଗଦେଇ ଜ୍ଞାନ ବିଜ୍ଞାନ ମେଳାର ଆବଶ୍ୟକତା ଓ ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରଦର୍ଶିତ ପ୍ରକଳ୍ପକୁ ପ୍ରଶଂସା କରିଥିଲେ । ଏହି ମେଳାରେ ବିଦ୍ୟାମନ୍ଦିରର ପ୍ରାରମ୍ଭରୁ ଦଶମ ଶ୍ରେଣୀର ପ୍ରାୟ ୪୫୦ଟି ପ୍ରକଳ୍ପ ପ୍ରଦର୍ଶିତ କରାଯାଇଥିଲା । ସେହିପରି ବିଭିନ୍ନ ପ୍ରକଳ୍ପରେ ପ୍ରଥମ, ଦିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଅନ୍ୟପକ୍ଷେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ସଂକୁଳ ସ୍ତରୀୟ ବିଜ୍ଞାନମେଳାରେ ଅଂଶଗ୍ରହଣ କରିବାକୁ ସୁଯୋଗ ଦିଆଯିବ ବୋଲି ସୂଚନା ମିଳିଛି । ଜ୍ଞାନ ଓ ବିଜ୍ଞାନର ପ୍ରକଳ୍ପ ଗୁଡ଼ିକର ବିଚାରକ ଭାବେ ସହରର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ସାମରିକା ମହାପାତ୍ର, ତପସ୍ଵିନୀ କର, କବିତାଞ୍ଜଳୀ ଜେନା, ଅନୁପମା ବାରା, ଶାନ୍ତି ଦାସ, ମୁକ୍ତାଞ୍ଜଳୀ ମିଶ୍ର, ଜଚିନ୍ଦ୍ର ଜେନା, ଅମିତା ଦାସ, ନିଳାଞ୍ଚଳ ରଥ, ନିବେଦିତା ସାହୁ, ସଞ୍ଜୁଲତା ତନ୍ତୀ, ମଧୁସ୍ମିତା ବିଶ୍ୱାଳ, ସୁରେଶ ଶତପଥୀ, ସ୍ୱାଗତିକା ରାଉତ ପ୍ରମୁଖ ଦାୟିତ୍ଵ ତୁଲାଇଥିଲେ । ଶେଷରେ ଗୁରୁମା ମାନସୀ ଜେନା ଧନ୍ୟବାଦ ଅର୍ପଣ କରିଥିଲାବେଳେ ଗୁରୁମା ରେଖା ମହାନ୍ତି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ବିଦ୍ୟାମନ୍ଦିରର ସମସ୍ତ ଗୁରୁଜି ଗୁରୁମା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.