ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଗଜବନ୍ଧରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନଆଚାର୍ଯ୍ୟ କିଶୋର କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାମପୁର ସିଆରସିସି ପ୍ରଦୀପ୍ତ କିଶୋର ଦାଶ ମୁଖ୍ୟ ଅତିଥିଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ । ମୁଖ୍ୟ ବକ୍ତା ଭାବେ କଳିଙ୍ଗ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପଧାନପାଲିର ଅଧ୍ୟକ୍ଷ ଭାଗିରଥି ମେହେର ଯୋଗଦେଇ ବିଜ୍ଞାନ ଓ ଭାରତୀୟ ସଂସ୍କୁତିର ସମନ୍ୱୟ ଦ୍ୱାରା ବିଶ୍ୱର କଲ୍ୟାଣ ନିହିତ ବୋଲି ମତବ୍ୟକ୍ତ କରିଥିଲେ । ଭୀମଟିକ୍ରା ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ସ୍ଵାଗତିକା ବିଶି, ସାଲେପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବିଜ୍ଞାନ ଶିକ୍ଷୟିତ୍ରୀ ପଦ୍ମାସିନୀ ପାଢ଼ୀ, ଚନ୍ଦଳୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ବାସୁଦେବ ବିଶ୍ୱାଳ ବିଚାରକ ଭାବେ ଯୋଗଦେଇ ମୂଲ୍ୟାଙ୍କନ କରିଥିଲେ । ଗୁରୁମା ଗାୟତ୍ରୀ ପଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମ୍ପାଦକ ଡୋଲାମଣି ସେଠ୍ କୃତଜ୍ଞତା ଜ୍ଞାପନ କରିଥିଲେ । ପ୍ରାକ ଶିଶୁ ବର୍ଗରୁ ୬୫ଟି ପ୍ରକଳ୍ପ, ଶିଶୁ ବର୍ଗରୁ ୧୮ ଟି ପ୍ରକଳ୍ପ ଓ ବାଳ ବର୍ଗରୁ ୧୪ଟି ପ୍ରକଳ୍ପ ଶିଶୁ ଭାଇଭଉଣୀଙ୍କ ଦ୍ୱାରା ପ୍ରଦର୍ଶିତ ହୋଇଥିଲା । ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଗ୍ରହଣ କରିଥିବା ଶିଶୁ ଭାଇ ଭଉଣୀଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଶିଶୁବର୍ଗ ଓ ବାଳ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଭାଇ ଭଉଣୀ ସଂକୁଳ ସ୍ତରରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଗଣିତ ପ୍ରମୁଖ ଗୌତମ ଭୋଇ ଗଣିତ ପ୍ରଶ୍ନ ମଞ୍ଚ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବିଜ୍ଞାନ ପ୍ରମୁଖ କପିଳେଶ୍ଵର ପାଣ୍ଡେ ବିଜ୍ଞାନ ପ୍ରଶ୍ନମଞ୍ଚ ପରିଚାଳନା କରିଥିଲେ । ଗୁରୁଜୀ ଶତ୍ରୁଘନ ସାହୁ, ଲିଙ୍ଗରାଜ ପୁଟେଲ, ଗୁରୁମା ପ୍ରିୟଙ୍କା ମାଝୀ, ସଉକି ନାଏକ, ମମତା ବିଶି, କୌଶଲ୍ୟା ବଢ଼େଇ, ଲିଳିମା ସାହୁ, ନିରୁପମା ରାୟ, ସଲୋନୀ କର୍ଣ୍ଣ, ମାନସୀ ମାଝୀ, ଚନ୍ଦନା ନାଏକ, ନୀଳବତୀ ଥପା, ଅମିତ ରଣା, ବାଙ୍କା ମହାକୁର, ବେଦମତି ମାଉସୀ, ଅବିଭାବକ ସମିତି, ପୂର୍ବ ଛାତ୍ର ପରିଷଦ ଓ ବିଦ୍ୟାଳୟ ପରିଚାଳନା ସମିତି କର୍ମକର୍ତା ସହଯୋଗ କରିଥିଲେ ।
