କଣ୍ଟାବାଞ୍ଜି, (କେପିଏନ୍ଏସ୍) : ମାନ୍ଦଲା କ୍ଳଷ୍ଟର ଅନ୍ତର୍ଗତ ମାନ୍ଦଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜାତୀୟ ସ୍ତରୀୟ ଗଣିତ ଓ ବିଜ୍ଞାନ ମେଳା ପାଳନ କରାଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁବାସ ଧରୁଆଙ୍କ ତତ୍ତ୍ଵାବଧାନରେ ଉକ୍ତ ମେଳା ଅନୁଷ୍ଠିତ ହୋଇଯାଇଛି । ମାନ୍ଦଲା ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଧନସିଂ ମାଝୀ, ପୁଟାପଡା ପ୍ରଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅକୃର ପୁଟା, ବିଦ୍ୟାଳୟର ସଭାପତି ହରିଦାସ ସାହୁ ଉପସ୍ଥିତ ହୋଇଥିଲେ । ଛାତ୍ରଛାତ୍ରୀମାନେ ମେଳାରେ ନିଜେ ପ୍ରସ୍ତୁତ କରିଥିବା ପ୍ରକଳ୍ପ ପ୍ରଦର୍ଶନ କରିଥିଲେ । ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ ବୃନ୍ଦ ତଥା ବିକାଶ ବର୍ଗେ, ରଜନୀ ପ୍ରଭା ରାଉତ, ମୋହିନୀ ଧାରୁଆ ସହଯୋଗ କରିଥିଲେ ।