ପ୍ରାଦେଶିକ ଜ୍ଞାନ ବିଜ୍ଞାନ ମେଳା ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶିକ୍ଷା ବିକାଶ ସମିତି ଓଡ଼ିଶା ଦ୍ୱାରା ଆୟୋଜିତ ପ୍ରାଦେଶିକ ଜ୍ଞାନ ବିଜ୍ଞାନ ମେଳା ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କଲେଜ ଛକ ଠାରେ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ବଲାଙ୍ଗିର ପୌର ଅଧ୍ୟକ୍ଷା ଲିକା ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଥିବା ବେଳେ ଖଗେଶ୍ୱର ଦାସ ମୁଖ୍ୟ ବକ୍ତା, ଇଂ. ବେଲାଳ ସିଂ ଭୋଇ ଦକ୍ଷିଣ ପଶ୍ଚିମ ସମ୍ଭାଗ ସଭାପତି, ଅନୁଷ୍ଠାନର ସଭାପତି ତ୍ରିବିକ୍ରମ ଦାଶ ଓ ସମ୍ପାଦକ ନୀଳାଚଳ ଚିରଗୁନ, ମାଧବ ଶତପଥୀ ବିଭାଗ ପ୍ରମୁଖ, ପ୍ରକାଶ ଚନ୍ଦ୍ର ମହାନ୍ତି ସହ ସଂଯୋଜକ ଦକ୍ଷିଣ ପଶ୍ଚିମ ସମ୍ଭାଗ ଶିକ୍ଷା ବିକାଶ ସମିତି ଓଡ଼ିଶା ମଞ୍ଚାସୀନ ଥାଇ ବିଭିନ୍ନ ବର୍ଗର ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ ।

Leave A Reply

Your email address will not be published.