ନୀଳଗିରି : ପବିତ୍ର ମାଘ ସପ୍ତମୀରେ ଉତ୍ତର ଓଡିଶାର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱର ଠାରେ ମାଘ ସପ୍ତମୀ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳା ୯ ଦିନ ଧରି ଚାଲୁ ରହିବ । ହୋମଯଜ୍ଞ, କୀର୍ତ୍ତନ, ଅଷ୍ଟପ୍ରହରୀ ପୂଜାର୍ଚ୍ଚନା କରାଯାଇଛି । ଏଥିରେ ନୀଳଗିରି ଉପଜିଲ୍ଲାପାଳ ମନ୍ଦରଧର ମହାଳିକ ଘଟ ପ୍ରତିଷ୍ଠା କରିଛନ୍ତି । ଏହି ପବିତ୍ର ଦିବସରେ ପୀଠରେ ଭକ୍ତମାନଙ୍କର ସମାଗମ ହୋଇଥିବା ବେଳେ ଶିବଲିଙ୍ଗ ସ୍ପର୍ଶ କରି ଆଶିଷ କାମନା କରିଥିଲେ । ଉକ୍ତ ମେଳାରେ ଶ୍ୟାମସୁନ୍ଦରପୁର ପଞ୍ଚାୟତର ସରପଞ୍ଚ ପୁରୁଷୋତ୍ତମ ସେଠି, କୁଲଡିହା ଅଭୟାରଣ୍ୟ ରେଞ୍ଜର ଅନନ୍ତ କୁମାର ଜେନା, ଆଇନଜୀବୀ ଅମରେନ୍ଦ୍ର ପଟ୍ଟନାୟକ, କୈଳାସ ପଣ୍ଡାଙ୍କ ସମେତ ପଞ୍ଚଲିଙ୍ଗେଶ୍ୱର ଟ୍ରଷ୍ଟର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।
Prev Post
Next Post