ଫ୍ୟାଶନ୍ ଓ ଲାଇଫ୍ ଷ୍ଟାଇଲ୍ ମେଳା ଉଦ୍‌ଯାପିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ଓ ମହିଳା ଉଦ୍ୟୋଗୀ ପରିଷଦ (ଆଇ.ଏନ୍‌.ଡ଼ବ୍ଳୁ.ଇ.ସି.)ର ମିଳିତ ସହଯୋଗରେ ପଟିଆ ପାଲ୍‌ଟ୍ରୋନିକ୍ସ ଗ୍ରାଉଣ୍ଡରେ ଚାଲିଥିବା ଫ୍ୟାଶନ୍ ଓ ଲାଇଫ୍ ଷ୍ଟାଇଲ୍ ମେଳା ଗତକାଲି ଶେଷ ହୋଇଛି । ଉଦ୍‌ଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ମହାମହିମ ରାଜ୍ୟପାଳ ପ୍ରଫେସର୍ ଗଣେଷୀ ଲାଲ୍ ଯୋଗ ଦେଇ ଷ୍ଟଲ୍ ପରିଦର୍ଶନ କରି ଉପସ୍ଥିତ ଉଦ୍ୟୋଗୀମାନଙ୍କ ସହ ମିଶନ ଶକ୍ତିକୁ ସମର୍ଥନ କରୁଥିବା ଉଦ୍ୟୋଗୀମାନଙ୍କୁ ପ୍ରଶଂସା କରିଥିଲେ । ମେଳାର ଆକର୍ଷଣ ସାଜିଥିଲେ ବଲିଉଡ଼୍ ଫ୍ୟାଶନ୍ ଡ଼ିଜାଇନ୍‌ର ମନିଷ୍ ମାଲହୋତ୍ରା । ସେ ପ୍ରଥମ ଥର ପାଇଁ ଓଡ଼ିଶାର କପଡ଼ା ସହିତ ପୋଷାକ ପରିକଳ୍ପନା କରିଥିଲେ । ଏହି ପୋଷାକଗୁଡ଼ିକ ପରିଧାନ କରି ଆଇ.ଏନ୍‌.ଡ଼ବ୍ଳୁ.ଇ.ସି.ର ସଦସ୍ୟମାନଙ୍କ ଦ୍ୱାରା ଏକ ରାମ୍ପ୍ ଶୋ ପ୍ରଦର୍ଶିତ କରାଯାଇଥିଲା । ଦର୍ଶକମାନେ ଉତ୍ସାହର ସହିତ ପୋଷାକକୁ ପ୍ରଶଂସା କରିଥିଲେ ଏବଂ ମନିଷ୍ ମାଲହୋତ୍ରାଙ୍କୁ ଅସାଧାରଣ ପୋଷାକ ତିଆରି କରିଥିବାରୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.