ସରସ ସ୍ୱଦେଶୀ ମେଳା ଆରମ୍ଭ : ସ୍ୱଦେଶୀ ଆପଣେଇବାକୁ ଆହ୍ୱାନ

ରାଉରକେଲା, (ସସ୍ମିତା ପ୍ରଧାନ) : ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ଏବଂ ଓଡିଶା ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନରେ ଥିବା ଓରମାସର ମିଳିତ ଆନୁକୂଲ୍ୟରେ ସରସ ସ୍ୱଦେଶୀ ମେଳା ଆରମ୍ଭ ହୋଇଯାଇଛି । ଏହା ମାର୍ଚ୍ଚ ୯ ତାରିଖ ଯାଏ ଚାଲିବ । ଆଜି ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆନୁଷ୍ଠାନିକ ଭାବରେ ଏହାର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ସ୍ୱଦେଶୀ କେବଳ ଆନ୍ଦୋଳନ ନୁହେଁ ଏକ ଆହ୍ୱାନ । ସ୍ୱଦେଶୀ ଜିନିଷ କିଣିବା ବ୍ୟବହାର କରିବା ଦ୍ୱାରା ଗାଁର ଲୋକଙ୍କର ରୋଜଗାର ବଢିବ । କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଭର୍ଚୁଆଲ ମାଧ୍ୟମରେ ଯୋଗଦାନ କରି ସରସ ସ୍ୱଦେଶୀ ମେଳାର ସଫଳତା କାମନା ଓ ଶୁଭେଛା ଜଣାଇଥିଲେ । ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ଅଭିଭାଷଣରେ କହିଥିଲେ ଯେ, ଏହି କାର୍ଯ୍ୟକ୍ରମ ସହରର ଅଧିବାସୀ ମେଳାର ସୁଯୋଗ ନିଶ୍ଚୟ ନେବେ । ସ୍ୱଦେଶୀ ଗ୍ରହଣ କରିବା ଓ ଆତ୍ମ ନିର୍ଭର ଦେଶ ଗଠନ କରିବା ସହାୟକ କରିବା ପାଇଁ ଉଦ୍‌ବୋଧନ ଦେଇଥିଲେ । ଏହି ଅବସରରେ ସ୍ୱଦେଶ ଜାଗରଣ ମଂଚର ରାଜ୍ୟ ଆବାହକ ରମାକାନ୍ତ ପାତ୍ର, ସୁନ୍ଦରଗଡ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ସୁଶ୍ରୀ ଦୀନା ଦସ୍ତଗୀର, ଆଇଏସ ଶିକ୍ଷାନବୀସ ଫାବି ରସିଦ ଉପସ୍ଥିତ ଥିଲେ । ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ସୁରଂଜନ ସାହୁ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ପାନପୋଷ ଉପ ଜିଲ୍ଲାପାଳ ବିଜୟ ନାୟକୁ ଧନ୍ୟବାଦ ପ୍ରଦାନ କରିଥିଲେ । ସାଂସ୍କତିକ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଥିଲା । ସେକ୍ଟର ୧୩ର ମେଲଣ ପଡିଆରେ ଏହି ମେଳାରେ ଓଡିଶାରୁ ୧୨୭ଟି ଷ୍ଟଲ ଓ ଅନ୍ୟାନ୍ୟ ରାଜ୍ୟରୁ ୪୮ ସ୍ୱଦେଶୀ ଜାଗରଣ ମଂଚରୁ ୧୫୦ ଷ୍ଟଲ ଲାଗିଛି ।

Leave A Reply

Your email address will not be published.