ବରଗଡ, (ସତ୍ୟନାରାୟଣ ପ୍ରଧାନ) : ବରଗଡ ଜିଲ୍ଲା ଅନ୍ତର୍ଗତ ବିଜେପୁର ବ୍ଲକ ପ୍ରାଙ୍ଗଣରେ ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ପକ୍ଷରୁ ଋଣ ସମନ୍ୱୟ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜୀବିକା ମିଶନ ସଂଯୋଜକ ଶଙ୍କର ଚଳାନ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବାଶିଷ ସିହ୍ନା ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେପୁର ବ୍ଲକର ସମସ୍ତ ବ୍ୟାଙ୍କର, ଆଇସିଡି଼ଏସ୍ କର୍ମୀ, ମିଶନ ଶକ୍ତି ସଂଯୋଜକ ଅଂଶଗ୍ରହଣ କରିଥିଲେ । ବିଏଲ୍ସି ଶାନ୍ତନୁ କୁମାର ପ୍ରଧାନ ଅତିଥି ପରିଚୟ କରିଥିବା ବେଳେ ଅଞ୍ଜନ କୁମାର ମିଶ୍ର କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସଭାରେ ଜିଲ୍ଲା ଜୀବିକା ମିଶନ ତରଫରୁ ବିଭିନ୍ନ ସରକାରୀ ଯୋଜନା ଜରିଆରେ ଥିବା ଋଣ, ବୀମା ଓ ରିହାତି ବ୍ୟବସ୍ଥା ଉପରେ ଆଲୋଚନା ହୋଇଥିଲା । ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରକାରୀ ଯୋଜନା ଓ ଜୀବିକାର ବିକାଶ ଉପରେ ସୂଚନା ପ୍ରଦାନ କରିଥିଲେ । ଏଥିରେ ଆଠଟି ବ୍ୟାଙ୍କ ତରଫରୁ ୧୬୭ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ତିନି କୋଟି ଅନତିରିଶ ଲକ୍ଷ ଋଣ ପ୍ରଦାନ କରାଯାଇଥିଲା । ପରିଶେଷରେ ନରେଶ ବରିହା ଧନ୍ୟବାଦ ଅର୍ପଣ କରିଥିଲେ ।
Next Post