centurian jitm

ଅଖିଳ ଭାରତୀୟ ପ୍ରାଥମିକ ଶିକ୍ଷକ ଫେଡେରେସନର ଭର୍‌ଚୁଆଲ୍‌ ମିଟିଂ ଅନୁଷ୍ଠିତ

nschool

ପାଟଣାଗଡ଼, (ଗୋରେଖନାଥ ବରିହା) : ଅଖିଳ ଭାରତୀୟ ପ୍ରାଥମିକ ଶିକ୍ଷକ ଫେଡେରେସନର ସେକ୍ରେଟାରୀ ଜେନେରାଲଙ୍କ ଆବାହନ କ୍ରମେ, ସଭାପତିଙ୍କ ଅଧ୍ୟକ୍ଷତାରେ ଏକ ଭର୍‌ଚୁଆଲ ମିଟିଂ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ଫେଡେରେସନର ସଭାପତି ତ୍ରିଲୋଚନ ନାୟକ, ସମ୍ପାଦକ କାହ୍ନୁ ମହାନ୍ତି, ଉପସଭାପତି ଶାନ୍ତିଲତା ସାହୁ, ସମେତ ରାଜ୍ୟର ସମସ୍ତ ଜିଲ୍ଲାରୁ ୭୨ ଜଣ ଶିକ୍ଷକ ପ୍ରତିନିଧି ଯୋଗଦେଇଥିଲେ । ଏଥିରେ କରୋନା ମହାମ।ରୀର ଜରୁରୀକାଳୀନ ପରିସ୍ଥିତିରେ ରାଜ୍ୟ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ଥ ହେବା ସଙ୍ଗେ ସଙ୍ଗେ ୟୁଟ୍ୟୁବ ଶିକ୍ଷାଦାନ ବିଫଳ ହୋଇଥିବାର କଥା ଆଲୋଚନାର ମୁଖ୍ୟ ବିଷୟ ବସ୍ତୁ ଥିଲା । ପଶ୍ଚିମ ଓଡିଶାର ଅନଗ୍ରସର ଜିଲ୍ଲା ବଲାଙ୍ଗିରରେ ମହିଳା ଶିକ୍ଷୟିତ୍ରୀ ମାନଙ୍କୁ ସଶକ୍ତିକରଣ ଉଦ୍ଦେଶ୍ୟରେ ଏକ ତାଲିମ କାର୍ଯ୍ୟକ୍ରମ ପାଇଁ ଜାତୀୟ ସଂଘକୁ ପ୍ରସ୍ତାବ ଆଗତ କରଯାଇଥିଲା ।

ରାଜ୍ୟରେ କେତେକ ବେଆଇନ ଓ ଅଗଣତାନ୍ତ୍ରିକ ସଂଗଠନ ଜରିଆରେ ରାଜନୈତିକ ଦଳ ସବୁ ସଂଗଠନକୁ ପ୍ରବେଶ କରି ଶିକ୍ଷକ ସମାଜର ମୂଳ ଲକ୍ଷ୍ୟ ଓ ଆଦର୍ଶକୁ ଧ୍ୱଂସ କରୁଥିବାର କଥା ବଲାଙ୍ଗିର ସମ୍ପାଦକ ହରେକୃଷ୍ଣ ରଥ ଅଲ ଇଣ୍ଡିଆ ସଭାପତିଙ୍କୁ ଅବଗତ କରାଇଥିଲେ । କରୋନା ଡିଉଟିରେ ଶିକ୍ଷକମାନଙ୍କୁ ସାନିଟାଇଜର, ମାସ୍କ, ଗ୍ଲୋଭ ପ୍ରଭୃତି ଯୋଗାଇବା ତଥା କରୋନା ଆକ୍ରାନ୍ତରେ ମୃତ ଶିକ୍ଷକ ପରିବାର ପ୍ରତି ଅନୁକମ୍ପା ଓ ସହଯୋଗ ପାଇଁ ରାଜ୍ୟ ସରକାରଙ୍କୁ ଦାବୀ କରିବାକୁ ମଧ୍ୟ ପ୍ରସ୍ତାବ ଆଗତ କରାଗଲା । ଓଡ଼ିଶାର ଶିକ୍ଷକ ମାନଙ୍କର ପ୍ରମୋସନ ଓ ବକେୟା ପ୍ରାପ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଦାବୀ ଜଣାଇବାକୁ ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଗଲା ।

ଏହି ସଭାରେ ବଲାଙ୍ଗିର ଜିଲ୍ଲା ସଂଘରୁ ସଭାପତି ଦେବଦତ୍ତ ମେହେର, ମିଡ଼ିଆ ସେଲ ସଂଯୋଜକ ବନମାଳୀ ସାହୁ, ସାଧାରଣ ସମ୍ପାଦକ ହରେକୃଷ୍ଣ ରଥ, ମହିଳା ସେଲରୁ ଅନୁପମା ପ୍ରହରାଜ, ସବିତା ମହରା, ଲଷ୍ମୀପ୍ରିୟା ପଟେଲ, କୁମୁଦିନି ମେହେର, ଉପେନ୍ଦ୍ର ମେହେର, ତୁଷାର କର୍ମୀ, ବିଶ୍ୱରଂଜନ ମିଶ୍ର, ଜିତେନ୍ଦ୍ର ମାଝୀ, ସୁବର୍ଣ୍ଣପୁରରୁ ସମୀର ପଣ୍ଡା, ବୌଦ୍ଧରୁ ପ୍ରଜିନ। ପାଢ଼ୀ, ଅନିତା ମେହେର, ବରଗଡ଼ରୁ ତେଜ ରାଜ ହୋତା, ଦେବଗଡ଼ରୁ ଘନଶ୍ୟାମ ସାହୁ, ସମ୍ବଲପୁରରୁ ଦିଲ୍ଲୀପ ବହିଦାର, ବାବ୍ରୁ ଵାହନ ଭୋଇ, ଝାରସୁଗୁଡ଼ାରୁ ରାଜକିଶୋର ଜେନା, କଳାହାଂଡିରୁ ସୁଧୀର ରଥ, ରାୟଗଡ଼ାରୁ କୃଷ୍ଣ ପଣ୍ଡା, ରାଧାଗୋବିନ୍ଦ ରଥ, ଭଦ୍ରକରୁ ଗୌରଙ୍ଗମଲ୍ଲିକ, ଅନୁଗୁଳରୁ ଅଶୋକ ରାଉତ ପ୍ରମୁଖ ଯୋଗଦାନ କରିଥିଲେ ।
ଶେଷରେ ଧନ୍ୟବାଦ ଅର୍ପଣ ପୂର୍ବକ ଶୃଙ୍ଖଳା ସହ ସଭାର ପରିସମାପ୍ତି ଘୋଷିତ ହୋଇଥିଲା ।

Leave A Reply

Your email address will not be published.