oum

ଗ୍ରାମାଂଚଳର ବରିଷ୍ଠ ନାଗାରିକଙ୍କ ସ୍ୱାସ୍ଥ୍ୟସେବା ନିମନ୍ତେ ଭ୍ରାମ୍ୟମାଣ ମେଡ଼ିକେୟାର୍‌ ୟୁନିଟ୍‌ର ଶୁଭାରମ୍ଭ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରୁ ବଲାଙ୍ଗିର ଜିଲ୍ଲାର ଗ୍ରାମାଂଚଳର ବରିଷ୍ଠ ନାଗରିକମାନଙ୍କ ସ୍ୱାସ୍ଥ୍ୟସେବା ନିମନ୍ତେ ଏକ ଭ୍ରାମ୍ୟମାଣ ମେଡ଼ିକେୟାର୍‌ ୟୁନିଟ୍‌କୁ ଜିଲ୍ଲାପାଳ ଚଂଚଳ ରାଣା ଶୁଭାରମ୍ଭ କରିଛନ୍ତି । ଏହି ଭ୍ରାମ୍ୟମାଣ ମେଡ଼ିକେୟାର୍‌ ୟୁନିଟ୍‌ ଗ୍ରାମାଂଚଳରେ ରହୁଥିବା ବରିଷ୍ଠ ନାଗରିକମାନଙ୍କ ସ୍ୱାସ୍ଥ୍ୟସେବା ନିମନ୍ତେ ସହାୟକ ହେବ । ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପ୍ରଯୋଜନାରେ ଆରମ୍ଭ ହୋଇଥିବା ଏହି ଭ୍ରାମ୍ୟମାଣ ମେଡ଼ିକେୟାର ୟୁନିଟ୍‌କୁ ନଅଗାଁ(ଖ) ଗ୍ରାମ ସ୍ଥିତ ପଲ୍ଲୀ ଆଲୋକ ପାଠାଗାର ପରିଚାଳନା କରୁଛନ୍ତି । ଭ୍ରାମ୍ୟମାଣ ମେଡ଼ିକେୟାର୍‌ ୟୁନିଟ୍‌ର ଏହି ଶୁଭାରମ୍ଭ କାର୍ୟ୍ୟକ୍ରମରେ ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନବକୃଷ୍ଣ ସାହୁ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀଙ୍କ ସମେତ ପଲ୍ଲୀ ଆଲୋକ ପାଠାଗାରର କର୍ମକର୍ତ୍ତା ଓ ଗ୍ରାମାଂଚଳରୁ ଆସିଥିବା ବରିଷ୍ଠ ନାଗରିକମାନେ ଉପସ୍ଥିତ ଥିଲେ । ଉପସ୍ଥିତ ଥିବା ବରିଷ୍ଠ ନାଗରିକମାନଙ୍କୁ ଏହି ଶୁଭାରମ୍ଭ କାର୍ୟ୍ୟକ୍ରମ ଅବସରରେ ଟି ସାର୍ଟ ଓ ଛତା ବଂଟନ କରାଯାଇଥିଲା । ପରେ ଏ ସଂପର୍କରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏକ ସଚେତନତା ପଦଯାତ୍ରା କଚେରୀ ଛକରୁ ବାହାରି କୋଶଳ କଳା ମଣ୍ଡଳ ପଡ଼ିଆ ପର୍ୟ୍ୟନ୍ତ ଯାଇଥିଲା । ଏହି କାର୍ୟ୍ୟକ୍ରମକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ସାହୁ ଓ ପଲ୍ଲୀ ଆଲୋକ ପାଠାଗାରର କର୍ମକର୍ତ୍ତାମାନେ ପରିଚାଳନା କରିଥିଲେ ।

Leave A Reply

Your email address will not be published.