ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ କଲେଜ ଛାତ୍ରୀ ଆତ୍ମାହୁତି ମାମଲା । ମୃତ ଛାତ୍ରୀଙ୍କ ମୃତଦେହର ବ୍ୟବଚ୍ଛେଦ କଟକ ବଡ଼ ମେଡ଼ିକାଲରେ ହେବ । ଏଥିପାଇଁ ଆଜି ସକାଳେ ତାଙ୍କ ମୃତଦେହ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶବ ସଂରକ୍ଷଣ ଗୃହରୁ କଟକ ସ୍ଥାନାନ୍ତର କରାଯାଇଛି । ଅଧିକ ବୈଷୟିକ ସହାୟତା ତଥା ଅଭିଜ୍ଞ ଡାକ୍ତରଙ୍କ ସହଯୋଗ ମିଳିବ ବୋଲି କଟକ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । ପ୍ରକାଶ ଥାଉ କି, ବୁଧବାର ସକାଳେ ଛାତ୍ରୀ ଜଣକ ପ୍ରେମିକର ବ୍ଲାକମେଲିଙ୍ଗରେ ଅତିଷ୍ଠ ହୋଇ ଘରେ ଦେହରେ ନିଆଁ ଲଗାଇ ଆତ୍ମାହୁତି ଦେଇଥିଲେ । ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।