ମେଡିକାଲ ଓ ସେଲ୍ସ ରିପ୍ରେଜେଣ୍ଟେଟିଭ୍‌ମାନଙ୍କର ପ୍ରତିବାଦ ଓ ୨୪ ଘଣ୍ଟିଆ ଧର୍ମଘଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମେଡିକାଲ ଓ ସେଲ୍ସ ରିପ୍ରେଜେଣ୍ଟେଟିଭ୍‌ମାନଙ୍କର ସର୍ବ ଭାରତୀୟ ସଂଗଠନ ଫେଡେରେସନ୍‌ ଅଫ୍‌ ମେଡିକାଲ ଆଣ୍ଡ୍‌ ସେଲ୍ସ ରିପ୍ରେଜେଣ୍ଟେଟିଭ୍‌ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ (ଏଫ୍‌ଏମ୍‌ଆରଏଆଇ) ଓ ଆମ ରାଜ୍ୟରେ ଓଡିଶା ସେଲ୍ସ ରିପ୍ରେଜେଣ୍ଟେଟିଭ୍‌ ୟୁନିୟନ (ଓଷ୍ରୁ)ର ଡାକରାରେ ବଲାଙ୍ଗିରରେ କାର୍ଯ୍ୟରତ ମେଡିକାଲ ଓ ସେଲ୍ସ ରିପ୍ରେଜେଣ୍ଟେଟିଭ୍‌ମାନେ କେନ୍ଦ୍ର ସରକାରଙ୍କ ସେଲ୍ସ ପ୍ରମୋସନ ଏମ୍ପ୍ଲୟିଜ୍‌ ଆକ୍ଟକୁ ଉଚ୍ଛେଦ କରିବା ନିଷ୍ପତ୍ତିକୁ ବିରୋଧ କରି ଏବଂ ୮ ଦଫା ଦାବି ସମର୍ଥନରେ ୨୪ ଘଣ୍ଟିଆ ଧର୍ମଘଟରେ ଯୋଗ ଦେଇଛନ୍ତି । ବଲାଙ୍ଗିରରେ ବିଭିନ୍ନ କମ୍ପାନୀରେ କାର୍ଯ୍ୟରତ ୪୦୦ରୁ ଅଧିକ ଏମ୍‌ଆର ଧର୍ମଘଟରେ ଯୋଗଦେଇ କାର୍ଯ୍ୟ ବନ୍ଦ କରିଥିଲେ । ଧର୍ମଘଟ କେନ୍ଦ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସି ସଂଗଠନ ତରଫରୁ କରାଯାଇଥିବା ଦାବି ଗୁଡିକ ବିଷୟରେ ବ୍ୟାଖ୍ୟା କରିଥିଲେ । ବଲାଙ୍ଗିର ଜିଲ୍ଲା ସଂପାଦକ ଲୋପନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଦିନ ଘ.୧୦ ଟାରେ ଏକ ର‍୍ୟାଲିରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଏକତ୍ରିତ ହୋଇ ଏକ ସଭା କରିଥିଲେ ଏବଂ ଜିଲ୍ଲାପାଳଙ୍କ ଜରିଆରେ କେନ୍ଦ୍ର ସରକାରଙ୍କ ଉଦ୍ଦେଶ୍ୟରେ ଦାବି ସମ୍ମିଳିତ ସ୍ମାରକପତ୍ର ପ୍ରଦାନ କରିଥିଲେ । ଆଜିର ଏହି ସଭାରେ ୧୨୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ । ଏହି ସଭାରେ ରାଜ୍ୟ ଉପସଭାପତି ଅନିରୁଦ୍ଧ ମହାପାତ୍ର, ରାଜ୍ୟ ଯୁଗ୍ମ ସମ୍ପାଦକ ଭାସ୍କର ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବାପୁନି ସାହୁ, ବଲାଙ୍ଗିର ଜିଲ୍ଲା ସମ୍ପାଦକ ଲୋପନ ମିଶ୍ର, ସାଥୀ ଶ୍ରୀକାନ୍ତ ମହାପାତ୍ର ଏବଂ ସାଥୀ ବିକାଶ କୁମାର ପାତ୍ର ନିଜର ବକ୍ତବ୍ୟ ରଖିଥିଲେ ଏବଂ ସାଥୀ ସିଦ୍ଧାର୍ଥ ମିଶ୍ର ସଭା କାର୍ଯ୍ୟ ପରିଚାଳନା କରିଥିଲେ । ଶେଷରେ ସାଥ୍ୟ ସତ୍‌ବନ୍‌ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଜିର ସର୍ବ ଭାରତୀୟ ଧର୍ମଘଟ ସଫଳ ହୋଇଥିଲା । ଓଷ୍ରୁ ଦ୍ୱାରା ଭାରତର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୮ ଦଫା ଦାବି ସମ୍ବଳିତ ସ୍ମାରକ ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଅଛି ।

Leave A Reply

Your email address will not be published.