oom

ବାଲକୋ ମେଡିକାଲ ସେଣ୍ଟର୍ ରାୟପୁର ପକ୍ଷରୁ ବରଗଡ ଡ. ନିଶାନ୍ତ ଦେବତା କ୍ଲିନିକ୍‌ରେ ମାଗଣା କ୍ୟାନ୍ସର ଚିକିତ୍ସା ଶିବିର

jsmm

ବରଗଡ, (ସତ୍ୟନାରାୟଣ ପ୍ରଧାନ) : ରାୟପୁର ସ୍ଥିତ ବାଲକୋ ମେଡିକାଲ ସେଣ୍ଟର୍ ପକ୍ଷରୁ ଗତକାଲି ବରଗଡଠାରେ ଏକ ନିଶୁଳ୍କ ବା ମାଗଣା କ୍ୟାନ୍ସର ଚିକିତ୍ସା ଶିବିର ଆୟୋଜନ କରିଥିଲା । ବରଗଡ ସହର ଭଟଲି ରୋଡ ସ୍ଥିତ ଡ. ନିଶାନ୍ତ ଦେବତା ପୋଲି କ୍ଲିନିକ୍‌ଠାରେ ଅନୁଷ୍ଠିତ ଏହି ଚିକିତ୍ସା ଶିବିରରେ ୫୦ରୁ ଉର୍ଦ୍ଧ୍ବ ରୋଗୀ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ । ଏଥିରେ ମାଗଣାରେ ଏଫ୍ଏନ୍‌ଏସି ଟେଷ୍ଟ କରାଯାଇଥିଲା ଓ ପାପ ସ୍ମୀୟର ସେମ୍ପଲ ନିଆଯାଇଥିଲା । ଶିବିରକୁ ବାଲକୋର ଡ. ଆଶୁତୋଷ ଦାସ ଶର୍ମା ଓ ତାଙ୍କ କର୍ମଚାରୀମାନେ ଏହି ଶିବିରକୁ ପରିଚାଳନା କରିଥିଲେ । ଆଜିର ଏହି ଶିବିରକୁ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ଉଦ୍‌ଘାଟାନ କରିଥିଲେ । ଏହି ଶିବିରକୁ ଡ. ନିଶାନ୍ତ ଦେବତା, ଡ. ରଞ୍ଜନ ମେହେର, ସମାଜସେବୀ ତଥା ବ୍ୟୁଟିସିଏନ୍‌ ମିନତୀ ସାହୁ, ବରଗଡ ଲାୟନ୍ସ କ୍ଲବର ସଭାନେତ୍ରୀ ଅନିତା ଲାଠ, ପୁର୍ବତନ ସଭାନେତ୍ରୀ ଜୟା ବେହେରା, ଲାୟନ୍ ଅମରଜିତ୍ ସିଂ, ସୋହନ ଲାଠ, ନବୀନ ଲାଠ, ରିତୁ ସନନ, ସୁଶାନ୍ତ ତ୍ରିପାଠୀ, ଅନିଲ ଅଗ୍ରୱାଲ, ପ୍ରଦୀପ ସନନ୍ , ୟୁନାଇଟେଡ ଫୋରମ୍ ଫର୍ କ୍ୟାନ୍ସର ହସ୍‌ପିଟାଲ ତରଫରୁ ଅଶ୍ଵିନୀ ଦର୍ଜି, ପ୍ରଦୀପ ଦେବତା, ରବି ପଣ୍ଡା, ପ୍ରତାପ ନାୟକ, ଭରତ ସାହୁ, ବିଜୟ ଅଗ୍ରୱାଲ, ଗୋପାଳ ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ରହି କ୍ୟାମ୍ପ ପରିଚାଳନାରେ ସହଯୋଗ କରିଥିଲେ । ଶିବିର ପରିଚାଳନା ବାଲକୋର ଆସିଷ୍ଟାଣ୍ଟ ମ୍ୟାନେଜର (ସେଲସ ଓ ମାର୍କେଟିଂ) ତଥା ପଶ୍ଚିମ ଓଡ଼ିଶା ସଂଯୋଜକ ସତ୍ୟ ପ୍ରକାଶ ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଥିଲା ।

jittmm
Leave A Reply

Your email address will not be published.