jayashree

ମ୍ୟୁନିସିପାଲ ମହାବିଦ୍ୟାଳୟରେ ମେଧାବୀ ଅଭିନନ୍ଦନ

ରାଉରକେଲା, (ସସ୍ମିତା ପ୍ରଧାନ) : ଅକ୍ଷୟ ତୃତୀୟା ଦିବସରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଚଳିତ ବର୍ଷର ସ୍ନାତକ ପରୀକ୍ଷା ଫଳ ପ୍ରକାଶ ପାଇଛି । ରାଉରକେଲା ମ୍ୟୁନିସିପାଲ ମହାବିଦ୍ୟାଳୟର କଳା ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀମାନେ ଅଭିନନ୍ଦନୀୟ ସଫଳତା ହାସଲ କରିଛନ୍ତିି । ସମ୍ବଲପୁର ବିଶ୍ୱବିଦ୍ୟାଳୟ ସ୍ୱାରା ପ୍ରକାଶିତ ମେଧା ତାଲିକାରେ ମ୍ୟୁନିସିପାଲ ମହାବିଦ୍ୟାଳୟର ବିଭିନ୍ନ ବିଭାଗରେ ସାତ ଜଣ ବିଦ୍ୟାର୍ଥୀ ସ୍ଥାନିତ ହୋଇଛନ୍ତି । ସେମାନେ ହେଲେ, ଶୁଭଲକ୍ଷ୍ମୀ ବାରିକ (ଉଦ୍ଭିଦ ବିଜ୍ଞାନ, ଅଷ୍ଟମ ସ୍ଥାନ), ହରପ୍ରିୟା ସ୍ୱାଇଁ (ପଦାର୍ଥ ବିଜ୍ଞାନ, ନବମ ସ୍ଥାନ) ଓ କୋମଲ ଚଉରାସିୟା (ପ୍ରାଣୀ ବିଜ୍ଞାନ, ଚତୁର୍ଥ ସ୍ଥାନ) ତଥା ବାଣିଜ୍ୟ ବିଭାଗର ଚାରି ଜଣ ଛାତ୍ରଛାତ୍ରୀ ସୁଧାସ୍ମିତା ପ୍ରଧାନ (ଦ୍ୱିତୀୟ ସ୍ଥାନ), ବିପାସନା ମହାନ୍ତି (ତୃତୀୟ ସ୍ଥାନ), ଶ୍ୱେତା ସାଙ୍ଗଭୀ (ପଞ୍ଚମ ସ୍ଥାନ) ଏବଂ ବସନ୍ତରାଜ ଗିରୀଶ କୁମାର (ଅଷ୍ଟମ ସ୍ଥାନ) । ଏହି ମେଧାବୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜି ମହାବିଦ୍ୟାଳୟରେ ଏକ ସମ୍ବର୍ଦ୍ଧନା ସଭା ଅଧ୍ୟକ୍ଷ ଡ଼. ସନାତନ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଦିପ୍ତୀରଞ୍ଜନ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଉକ୍ତ ସଭାରେ ସ୍ୱାଗତ ଅଭିଭାଷଣରେ ଡ. ପ୍ରଧାନ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧିତ କରିବା ସହିତ କହିଲେ ଯେ, ଛାତ୍ରଛାତ୍ରୀମାନଙ୍କର ସାମଗ୍ରିକ ଜୀବନ ବିକାଶ ପାଇଁ ଉତ୍ତମ ଶିକ୍ଷକ, ସଚେତନ ଅଭିଭାବକ ଓ ସୁସ୍ଥ ପରିବେଶ ଉପଲବ୍ଧ ହେବା ଅତ୍ୟନ୍ତ ଆବଶ୍ୟକ । ମେଧାବୀ ବିଦ୍ୟାର୍ଥୀମାନେ ସେମାନଙ୍କ ବକ୍ତବ୍ୟରେ ମହାବିଦ୍ୟାଳୟର ପ୍ରଶଂସା କରିବା ସହିତ କୃତଜ୍ଞତା ଜ୍ଞାପନ କରିଥିଲେ । ଅଧ୍ୟାପିକା ମହାଶ୍ୱେତା ମହାପାତ୍ର, ଆଲିସା ସେନ, ଅଧ୍ୟାପକ ଆକାଶ ଦାସ ଓ ଅନୀଲ ଦାଶ ବକ୍ତବ୍ୟ ରଖିଥିଲେ । ବାଣିଜ୍ୟ ବିଭାଗ ମୁଖ୍ୟ ବିଜୟ ପାଢ଼ୀ, ଡ. ଦିବ୍ୟକାନ୍ତି ବିଲୁଙ୍ଗ, ରୁମା ସାହୁ, ହେମନ୍ତ କୁମାର ପୁହାଣ ଓ ସଲିମ୍ ପ୍ରଭୃତି ବ୍ୟବସ୍ଥାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଭିଭାବକ, ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ ଅନ୍ୟାନ୍ୟ କର୍ମଚାରୀମାନେ ଯୋଗଦାନ କରିଥିଲେ । ଶେଷରେ ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ବିଜୟଲକ୍ଷ୍ମୀ ଦେଓ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.