centurian jitm

ରୋଜିତା ବାଗଙ୍କୁ ଯୁବ କଳାକାର ମେଧାବୃତ୍ତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତ ସରକାରଙ୍କ ସଂସ୍କୃତି ବିଭାଗ ସିସିଆରଟି ତରଫରୁ ୨୦୨୨-୨୩ ବର୍ଷ ପାଇଁ ଯୁବ କଳାକାରମାନଙ୍କୁ ପ୍ରୋତ୍ସାହିତ କରିବାକୁ ମେଧାବୃତ୍ତି ଘୋଷଣା କରାଯାଇଛି । ଏହି ବର୍ଷ ସକାଶେ ଲୋକନୃତ୍ୟ ମେଧାବୃତ୍ତିରେ ରୋଜିତା ବାଗଙ୍କ ମନୋନିତ ହୋଇଛନ୍ତି । ରୋଜିତା ଲୋଇସିଂହା ବ୍ଲକ ବାନିପାଲି ପଂଚାୟତ ବବଜା ଗ୍ରାମ ନିବାସୀ ମାତା ପଦ୍ମିନୀ ଓ ଶରତ ବାଗଙ୍କ କନ୍ୟା ଅଟନ୍ତି । ରୋଜିତା ବାଲ୍ୟକାଳରୁ କଳା ଓ ସଂସ୍କୃତିକୁ ନେଇ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ନୃତ୍ୟ ପ୍ରଦର୍ଶନ କରି ସଫଳ ହୋଇଛନ୍ତି । ବର୍ତ୍ତମାନ ରୋଜିତା ନାରାୟଣ ପ୍ଲେ ସ୍କୁଲରେ ନୃତ୍ୟ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟରତ ଅଛନ୍ତି । ମେଧାବୃତ୍ତି ପାଇବା ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଳରୁ ଶୁଭେଚ୍ଛାର ସୁଅ ଛୁଟିଛି ।

Leave A Reply

Your email address will not be published.