ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ପିପଲପଦର ସ୍ଥିତ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ମାସ ମାସ ଧରି ରୋଗୀମାନଙ୍କ ପାଇଁ ବ୍ୟବହୃତ ହୋଇଥିବା ଅସନା ସାମଗ୍ରୀ ଡିଜି ରୁମ୍ ନିକଟରେ ପଡ଼ିରହିଛି । ପାଖରେ ଅସ୍ତ୍ରୋପଚାର ଗୃହ, ଡାକ୍ତର ଓ ରୋଗୀଙ୍କ ପାଇଁ କକ୍ଷ ରହିଛି । ଗର୍ଭବତୀ, ପ୍ରସୂତି ମା ଓ ଶିଶୁଙ୍କ ପାଇଁ ମଧ୍ୟ ଏଠାରେ ଚିକିତ୍ସା ପାଇଁ ଏଠାରେ ଭର୍ତ୍ତି ହୋଇ ଚିକିତ୍ସା ହୋଇଥାନ୍ତି । ଦୁର୍ଭାଗ୍ୟର ବିଷୟ ଯେ ଦୀର୍ଘ ମାସ ମାସ ଧରି ସଫା ହେଉ ନଥିବା ଏଠାକାର ଅସ୍ତ୍ରୋପଚାର କକ୍ଷର ଇନ୍ ଚାର୍ଜ ଡଃ. ଓମକାର ହୋତା କହିଛନ୍ତି । ଏଭଳି ଅସଫା ହେଲେ ରୋଗୀଙ୍କ ପାଇଁ ସଂକ୍ରମଣର ଡର ରହିଛି । ସେହି ପାଖରେ ଆହାର କେନ୍ଦ୍ର ରହିଛି, ଆହାର କେନ୍ଦ୍ର ବାହାରେ ବସି ଖାଦ୍ୟ ଖାଉଥିବା ମଧ୍ୟ ଦେଖିବାକୁ ମିଳିଛି । ଏବଂ ଯଦି ରୋଗୀଙ୍କ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୋଇ କାହାରିକୁ ଚପଲ ପିନ୍ଧି ଭିତରକୁ ପ୍ରବେଶ କରାଯାଉ ନାହିଁ ତାହେଲେ ଏଭଳି ଅସଫା ହୋଇ ଅଳିଆ ଆବର୍ଜ୍ଜନା ଜମା ହେଲେ ସଂକ୍ରମଣ ନ ହେବ ବୋଲି କିଏ କହିପାରିବ ? ଏ ଦିଗରେ ଟିଟିଲାଗଡ଼ ଉପଜିଲ୍ଲାପାଳ, ପୌର ପରିଷଦର ଅଧିକାରୀ ଧ୍ୟାନ ଦେଇ ସମାଧାନ କରିବାକୁ ସାଧାରଣରେ ଦାବି ହେଉଛି ।
Next Post