centurian jitm

ଜାମ୍ମୁ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ୨୬ ଜଣ ନୀରିହ ପର୍ଯ୍ୟଟକ ମୟୁରଭଞ୍ଜ ଜିଲ୍ଲା ତରଫରୁ ଏକ ମହମବତୀ ଶୋଭାଯାତ୍ରା

nschool

ମୟୁରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ଜାମ୍ମୁ କାଶ୍ମୀରର ପହଲଗାମ ରେ ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ୨୬ ଜଣ ନୀରିହ ପର୍ଯ୍ୟଟକ ତଥା ବାଲେଶ୍ୱର ଜିଲ୍ଲାର ପର୍ଯ୍ୟଟକ ପ୍ରଶାନ୍ତ ଶତପଥୀଙ୍କ ଅମର ଆତ୍ମାର ସଦଗତି ପାଇଁ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ଆଜି ମୟୁରଭଞ୍ଜ ଜିଲ୍ଲା (ପୂର୍ବ) ତରଫରୁ ଏକ ମହମବତୀ ଶୋଭାଯାତ୍ରା କରାଯାଇଛି । ଏହି ଶୋଭାଯାତ୍ରା ବାରିପଦା ସହରର ବଡବଜାର ସ୍ଥିତ ଏମପିସି କଲେଜ ଠାରୁ ବାହାରି ଟ୍ରାଫିକ ଛକ ପର୍ଯ୍ୟନ୍ତ ହୋଇଥିଲା । ମୟୁରଭଞ୍ଜ ଜିଲ୍ଲା (ପୂର୍ବ) ର ଆବାହିକା ସରସ୍ୱତୀ ହେମ୍ବ୍ରମଙ୍କ ଆବାହକତ୍ୱରେ ଅଶୋକ ଅଧିକାରୀ, ଜ୍ୟୋତିପ୍ରକାଶ ରଥ, ନିରୋଜ ଲୋଚନ ଦାଶ, ପ୍ରଦୀପ ମିଶ୍ର, ବିଜୟ ସିଂହ, ଚୈତନ୍ୟ ହାଁସଦା, ପ୍ରମୋଦ ହେମ୍ବ୍ରମ, ପ୍ରଭାସ କରମହାପତ୍ର, ଶାନ୍ତନୁ ପାଲ, ସୁସ୍ମିତା ଘୋଷାଲ, ପିଙ୍କି ମହାପାତ୍ର, ଯୋଗେଶ ଅଗ୍ରୱାଲ, ଅରବିନ୍ଦ ଦାସ, ମନରଞ୍ଜନ ହେମ୍ବ୍ରମ, ନିର୍ମଳ ପ୍ରଧାନ, ମତିଦାସ, ଶିବାନନ୍ଦ ଦାସ, ରାମରତନ ମହାନ୍ତ, ରଶ୍ମିତା ମିଶ୍ର, ୱାହିଦା ଅହମ୍ମଦ, ଏମଡି ନାଜିରୁଲ ହକ ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.