jayashree

ଅଭିମନ୍ୟୁ ସାହିତ୍ୟ ସଂସଦରେ ବିଶ୍ଵ ମାତୃଭାଷା ଦିବସ ପାଳିତ

  • ଭାଷା ସମାଜକୁ ଆଲୋକିତ କରେ,ତେଣୁ ବହୁବିଧ ବିକାଶ ପାଇଁ ଉଦ୍ୟମ ଆବଶ୍ୟକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାଷା ସମାଜକୁ ଆଲୋକିତ କରେ । ତେଣୁ ଭାଷାର ଉନ୍ନତି ମାଧ୍ୟମରେ ସଭ୍ୟତାର ଉନ୍ନତି ସଂଭବ ହୋଇପାରିବ । ସଂପ୍ରତି ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଭାଷାର ବହୁବିଧ ବିକାଶ କରାଯାଇପାରିବ ବୋଲି ଅଭିମନ୍ୟୁ ସାହିତ୍ୟ ସଂସଦ ଘେଁସର ଆୟୋଜନରେ ଅନୁଷ୍ଠିତ ବିଶ୍ୱ ମାତୃଭାଷା ଦିବସରେ ମତପ୍ରକାଶ ପାଇଛି । ସଂସଦର ସଭାପତି ସୁଶାନ୍ତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଅନଲାଇନ କାର୍ଯ୍ୟକ୍ରମରେ ବିଶିଷ୍ଟ ସାହିତ୍ୟିକ କେଶରଂଜନ ପଧାନ ମୁଖ୍ୟ ଆଲୋଚକ ଭାବରେ ଯୋଗଦାନ କରି ପୃଥିବୀର ବିଭିନ୍ନ ଭାଷାର ଇତିହାସର ଅବତାରଣା ମାଧ୍ୟମରେ ବିଭିନ୍ନ ଦିଗକୁ ଆଳୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିରରୁ କବି ଆନନ୍ଦ ଚନ୍ଦ୍ର ସାହୁ, ବରଗଡରୁ ଉମେଶ ମହାପାତ୍ର, ଝାରସୁଗୁଡାରୁ ଅନୀଲ ଦାଶ, ସମ୍ବଲପୁରରୁ ପ୍ରୀତିନନ୍ଦା ପାଣିଗ୍ରାହୀ, ସୁନ୍ଦରଗଡରୁ ଯୁବରାଜ ସା, ନୂଆପଡାରୁ ଶଙ୍କର ସାହୁ, ସୋନପୁରରୁ ଯୁବରାଜ କୁଦେଇ, ଘେଁସରରୁ ଅଶୋକ ପୂଜାହାରୀ ପ୍ରମୁଖ କବିତା ପଠନ କରିଥିଲେ । ଡ.ଲକ୍ଷ୍ମୀନାରାୟଣ ପାଣିଗ୍ରାହୀ ସମାରୋପ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସର୍ବଶ୍ରୀ ଅର୍ଜୁନ ପୁରୋହୀତ, ରାମଭକ୍ତ ଫରିକାର, ସଦାନନ୍ଦ ପଣ୍ଡା, ଡ.ସୁବାସ ମେହେର, ଉମାକାନ୍ତ ଭୋଇ, ସଚିଦାନନ୍ଦ ପ୍ରଧାନ, ମାନରଂଜନ ପାଣିଗ୍ରାହୀଙ୍କ ସମେତ ବିଭିନ୍ନ ଅଂଚଳରୁ ବହୁ ସଂଖ୍ୟାରେ ସାହିତ୍ୟିକମାନେ ଯୋଗଦାନ କରିଥିଲେ । ଶେଷରେ କବୟିତ୍ରୀ ଆରତୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.