ପଦ୍ମପୁର ଶିଶୁ ବାଟିକା ବିଭାଗରେ ମାତୃ ସମ୍ମିଳନୀ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଶିଶୁ ବାଟିକା ବିଭାଗରେ ମାତୃ ସମ୍ମଳନୀ ଅନୁଷ୍ଠିତ ହୋଇ ଯାଇଛି । ଏହି ସମ୍ମିଳନୀରେ ସ୍ଥାନୀୟ ସଭାପତି ପୃଥିରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଯୁବରାଜ ପଧାନ ଅତିଥି ପରିଚୟ, ସ୍ୱାଗତ ଭାଷଣ ତଥା ଶୈକ୍ଷିକ ସୂଚନା ପ୍ରଦାନ କରିଥିଲେ । ଶ୍ରୀମତୀ ଚିତ୍ରା ଖର୍ସେଲ ଗୁରୁମା ଶିଶୁ ମାନଙ୍କ ଶୈକ୍ଷିକ ବିକାଶ ଦିଗରେ ମାଆ ମାନଙ୍କର ଭୂମିକା ବିଷୟରେ ଆଲୋଚନା କରିଥିଲେ । ଗୀତାଞ୍ଜଳି ଗୁରୁମା କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଶିଶୁ ବାଟିକା ପ୍ରମୁଖା ଶ୍ରୀମତୀ ସୁଜାତା ତ୍ରିପାଠୀ ଗୁରୁମା ସୂଚନା ପ୍ରଦାନ କରି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଏକ ପ୍ରଦର୍ଶନୀର ବ୍ୟବସ୍ଥା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ୧୨୫ଜଣ ମାଆ ଯୋଗଦେଇ ଥିଲେ । ପ୍ରାତଃ ପର୍ଯ୍ୟାୟର ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ।

Leave A Reply

Your email address will not be published.