jayashree

ପୂର୍ବତନ କାଉନ୍‌ସିଲରଙ୍କ ମାତୃ ବିୟୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶାନ୍ତିପଡ଼ାର ପୂର୍ବତନ କାଉନ୍‌ସିଲର୍‌ କୁଳମଣି ସାହୁଙ୍କ ମା’ ଅମୃତ ସାହୁ(୭୭)ଙ୍କ ଆଜି ଦେହାନ୍ତ ଘଟିଛି । ସେ ବୃଦ୍ଧାବସ୍ଥା ଜନିତ ରୋଗରେ ଆକ୍ରାନ୍ତ ଥିଲେ । ତେବେ ତାଙ୍କ ଦେହାନ୍ତରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପୁତ୍ର କୁଳମଣିଙ୍କ ସହ ଜ୍ୟେଷ୍ଠପୁତ୍ର ଲକ୍ଷ୍ମୀ ନାରାୟଣ, ମଧ୍ୟମ ପୁତ୍ର ପୂର୍ଣ୍ଣଚନ୍ଦ୍ର ଓ କନିଷ୍ଠ ପୁତ୍ର ଶେଷଦେବ ସାହୁ ଓ ପୁତ୍ରବଧୂମାନେ ତଥା ଝିଅ, ଜ୍ୱାଇଁ, ନାତି ନାତୁଣୀମାନେ ତାଙ୍କ ମୃତ୍ୟୁଶଯ୍ୟା ପାଖରେ ଉପସ୍ଥିତ ଥିଲେ । ଶାନ୍ତିପଡ଼ାର ଶ୍ମଶାନରେ ତାଙ୍କ ଦାହ ସଂସ୍କାର କରାଯିବ ବୋଲି ସୂଚନା ମିଳିଛି । ସ୍ୱର୍ଗତା ଅମୃତ ସାହୁଙ୍କ ପୁତ୍ରବଧୂ ମିଲନି ସାହୁ ବଲାଙ୍ଗିର ପୌର ପରିଷଦର ପୂର୍ବତନ କାଉନସିଲର୍‌ ତଥା ଗତ ନିର୍ବାଚନରେ ବଲାଙ୍ଗିର ପୌର ପରିଷଦର କଂଗ୍ରେସ ଦଳର ଅଧ୍ୟକ୍ଷା ପ୍ରାର୍ଥୀ ରହିଥିଲେ ।

Leave A Reply

Your email address will not be published.