jayashree

ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ପ୍ରଦୀପ ଖମାରୀଙ୍କ ମାତା ସରୋଜିନୀ ଖମାରୀଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ଶାନ୍ତିପଡା ନିବାସୀ ପ୍ରଦୀପ ଖମାରୀଙ୍କ ମାତା ଶ୍ରୀମତୀ ସରୋଜିନୀ ଖମାରୀ(୭୮)ଙ୍କର ଶନିବାର ରାତିରେ ପରଲୋକ ହୋଇଯାଇଛି । ଶେଷ ଶଯ୍ୟା ନିକଟରେ ତାଙ୍କ ସ୍ୱାମୀ ଭାବଗ୍ରାହୀ ଖମାରୀ, ବଡ ପୁଅ ବିଶ୍ୱଜିତ, ଦୁଇ ବୋହୂ ରେଣୁକା ଓ ପ୍ରତିମା, ଦୁଇ ଝିଅ ସୁନଂଦା ଓ ସଂଜୁ, ଜ୍ୱାଈଁ ଅରୁଣ ଓ ଚିତ୍ତ, ନାତି ଓ ନାତୁଣୀ ପ୍ରମୁଖ ଉପସ୍ଥିତ ଥିଲେ । ଆଜି ସକାଳେ ତାଙ୍କ ଗ୍ରାମ ଚନ୍ଦନଭାଟି ଠାରେ ଶେଷକୃତ୍ୟ କରାଯାଇଥିଲା । ଏଥିରେ ବଲାଙ୍ଗିର ସହର ଓ ଏହି ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ । ତାଙ୍କ ମୃତ୍ୟୁରେ ଏହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.