centurian jitm

ନବଭାରତ ଖବରକାଗଜର ଜିଲ୍ଲା ପ୍ରତିନିଧି ରଞ୍ଜିତ ବେହେରାଙ୍କ ମାତୃ ବିୟୋଗ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୈନିକ ନବଭାରତ ଖବରକାଗଜର ଜିଲ୍ଲା ପ୍ରତିନିଧି ରଞ୍ଜିତ ବେହେରାଙ୍କ ମାତୃ ବିୟୋଗ ଘଟିଥିବା ସୂଚନା ମିଳିଛି । ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ସମ୍ପାଦକ ତଥା ବଲାଙ୍ଗିରର ଜଣାଶୁଣା ସାମ୍ବାଦିକ ରଞ୍ଜିତଙ୍କ ମା’ ମଞ୍ଜୁଳା ବେହେରା(୭୮)ଙ୍କ ଆଜି ସକାଳ ୮ ଘଣ୍ଟା ସମୟରେ ମାଲପଡ଼ା ସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି । ସ୍ଵର୍ଗତ ମଞ୍ଜୁଳା ବେହେରା ଦୀର୍ଘ ଦିନ ହେଲା ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ସେ ଜଣେ ପରୋପକାରୀ, ମିଷ୍ଟଭାଷୀ ଓ ଧର୍ମପରାୟଣା ମହିଳା ଭାବରେ ଅଞ୍ଚଳରେ ବେଶ୍‌ ଜଣାଶୁଣା ଥିଲେ । ମୃତ୍ୟୁଶଯ୍ୟା ନିକଟରେ ଦୁଇ ପୁଅ ଆକୁଳ ଓ ରଞ୍ଜିତ ତଥା ଅନ୍ୟାନ୍ୟ ବନ୍ଧୁବର୍ଗ ଉପସ୍ଥିତ ରହିଥିଲେ । ମଞ୍ଜୁଳା ବେହେରାଙ୍କ ବିୟୋଗରେ ମାଲପଡ଼ା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତେବେ ଜିଲ୍ଲା ସାମ୍ବାଦିକ ସଂଘର କର୍ମକର୍ତ୍ତା ଓ ସଭ୍ୟମାନେ ମାଲପଡ଼ା ବାସଭବନକୁ ଯାଇ ତାଙ୍କ ଶେଷଦର୍ଶନ କରିଥିଲେ । ଆଜି ଦିନ ୧୧ଟା ସମୟରେ ସ୍ଥାନୀୟ ବିଭୁତିପଡା ଶ୍ମଶାନ ଘାଟରେ ତାଙ୍କ ଶେଷକୃତ୍ୟ ସଂପନ୍ନ ହେବ ବୋଲି କୁହାଯାଇଛି ।

Leave A Reply

Your email address will not be published.