କୋଶଲ ମା’ ମାଟିର ଲାଗି ମୁଠେ “ଛେରଛେରା” ମାଗିଲା କେ. ଏମ. ଏମ.

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶାର ବଡ଼ ତିହାର ଭିତରେ ଅନ୍ୟତମ ତିହାର ହେଲା ପୁଷପୁନି । ଇ ତିହାର କୃଷିଭିତ୍ତିକ ଆରୁ ସଭ୍ୟତା ଭିତ୍ତିକ ତିହାର ଅଟେ । କୋଶଲାଞ୍ଚଲରେ ଦୁଇ କୋଟି ଜନସାଧାରଣ ବସବାସ କରୁଥିବାବେଳେ ଏଠାକାର ଅଧିକାଂଶ ଜନସାଧାରଣ କୃଷି ଉପରେ ନିର୍ଭର କରିଥାନ୍ତି । ଅକ୍ଷୟ ତୃତୀୟା ଦିନ ଚାଷୀମାନେ ଚାଷ କାର୍ଯ୍ୟଆରମ୍ଭ କରିବା ପାଇଁ ମୁଠି ଅନୁକୂଳ କରିଥାନ୍ତି । ଚାଷୀ ମାନେ ଧାନ ଖାଦ୍ୟଶସ୍ୟ ସହିତ ଡାଲି ଜାତୀୟ, ଅର୍ଥକାରୀ ଫସଲ ଏବଂ ବିଭିନ୍ନ ପନିପରିବା ଚାଷ କରିଥାନ୍ତି । ଚାଷକାର୍ଯ୍ୟ ପର୍ଯ୍ୟାୟକ୍ରମେ ଚାଷ ନୀତି -ନିୟମ ମୁତାବକ ଆରମ୍ଭ କରି ଅକ୍ଟୋବର ମାସରୁ ନଭେମ୍ବର ମାସର ଶେଷସୁଦ୍ଧା ବିଭିନ୍ନ ପ୍ରକାର ଫସଲ ଅମଳ କରିଥାନ୍ତି । ଉତ୍ପାଦନ ଚାଷ ଅମଳ ସହ ବିକ୍ରିବଟା କରି ଧାର କରଜ ସୁଝିଥାନ୍ତି ଓ ଚାଷ କାର୍ଯ୍ୟରେ ସହଯୋଗ କରିଥିବା ବା ଶ୍ରମିକ ଭାବେ କାମ କରିଥିବା ମଜୁରିଆ (ହଳିଆ, କୁଠିଆ)ମାନଙ୍କୁ ମଧ୍ୟ ଚାଷ ଅମଳ ଶେଷ ସମୟରେ ସେମାନଙ୍କର ପାରିଶ୍ରମିକ ସହିତ ପ୍ରୋତ୍ସାହନ ବାବଦକୁ ପଇସା ପତ୍ର ଓ ଧାନ ମଧ୍ୟ ଦେଇଥାନ୍ତି । ଚାଷୀମାନେ ଚାଷ କାର୍ଯ୍ୟକରି ପୌଷପୂର୍ଣ୍ଣମୀ ଦିନକୁ ଚାଷର ଶେଷଦିନ ଭାବି ଗୌନ୍ତିଆ, ପ୍ରଜା, ହଳିଆ, ମୁଲିଆ, ଶ୍ରମିକମାନେ ମିଶି ମୌଜ ମଜଳିସ ଉସତ ଆନନ୍ଦ ସହ ଭୋଜି ଭାତର ଆସର କରିଥାନ୍ତି, ଏହି ଦିନରେ ପ୍ରତ୍ୟେକ ଘରେ ପିଠା ପଣା, ମଣ୍ଡା ତିଆରି କରି ଖୁସି ଆନନ୍ଦ ମନେଇ ଥାନ୍ତି । କୋଶଲ ରାଏଜ ମୁକ୍ତି ମୋର୍ଚ୍ଚା ଆହ୍ୱାନରେ ଉପଖଣ୍ଡର ରେଙ୍ଗାଲି, ଧୂମାଭଟା ଓ ବିଭିନ୍ନ ଗ୍ରାମକୁ ଯାଇ ସଦସ୍ୟମାନେ ଛେର୍‌ଛେରା ମାଗିଥିଲେ । ଏହି ଛେର୍‌ଛେରା କାର୍ଯ୍ୟକ୍ରମ ସପ୍ତାହ ବ୍ୟାପି ଅନୁଷ୍ଠିତ ହେବ ବୋଲି କେ. ଏମ. ଏମ ପକ୍ଷରୁ ସୂଚନା ମିଳିଛି । ଆଜିର ଛେର୍‌ଛେରା କାର୍ଯ୍ୟକ୍ରମରେ ଉପଖଣ୍ଡ ସଭାପତି ଗିରିରାଜ ଭୋଇ, ପ୍ରବକ୍ତା ଜନସନ ନାଗ ସମ୍ପାଦକ ଜଗନ ମେହେର, ଉପସଭାପତି ବନମାଳୀ ନାଏକ, ମଦନ ମାଝୀ, ସୁଶୀଲ ରଣା, ସୁରେନ୍ଦ୍ର ମହାନନ୍ଦ, କିରଲୁ ମାଝୀ, ଘନଶ୍ୟାମ ଭୁଏ ଓ ଅନେକ ସଦସ୍ୟ ସଦସ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.