ସର୍ବଭାରତୀୟ ମଠଖାଇ ମହୋତ୍ସବ ପାଇଁ ଉଠିଲା ଦୀପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସର୍ବଭାରତୀୟ ମଠଖାଇ ମହୋତ୍ସବ ଆଜିଠାରୁ ସ୍ଥାନୀୟ କୋଶଳ କଳାମଣ୍ଡଳଠାରେ ଆରମ୍ଭ ହେବାକୁ ଥିବା ବେଳେ ଏଥିପାଇଁ ନିକଟସ୍ଥ ମଠଖାଇ ଗୁଡ଼ିରୁ ଆଜି ପ୍ରତ୍ୟୁଷରୁ ଦୀପ ଉଠିଛି । ଭୂମିକା ପରିବାର ଓ ମଠଖାଇ ମହୋତ୍ସବ କମିଟି ପକ୍ଷରୁ ଚିତ୍ତରଞ୍ଜନ ଦାଶ, ସନାତନ ଠାକୁର, ନିମାଇଁ ଚରଣ ପାଣିଗ୍ରାହୀ, ଚଗଲା ପରିଚ୍ଛା, ମୁକେଶ ବହିଦାର, ମନୋରଞ୍ଜନ ଦାସ, ଧର୍ମେନ୍ଦ୍ର ନନ୍ଦ, ଜିତେନ୍ଦ୍ର ତ୍ରିପାଠୀ, ବିଜନ ମହାନ୍ତି, ଅଙ୍କୁଶ ପାଣ୍ଡିଆ ତଥା ଅନ୍ୟମାନେ ସକାଳୁ ସକାଳୁ ମଠଖାଇ ଗୁଡ଼ିରେ ପୂଜା ଅର୍ଚ୍ଚନା କରି ସର୍ବଭାରତୀୟ ମଠଖାଇ ମହୋତ୍ସବ ପାଇଁ ସଂକଳ୍ପ ସହ ଦୀପ ଉଠାଇଛନ୍ତି । ତେବେ ଏକ ସାଂସ୍କୃତିକ ଶୋଭାଯାତ୍ରାରେ ସହର ପରିକ୍ରମା ପରେ ଦୀପ କୋଶଳ କଳାମଣ୍ଡଳର ମଞ୍ଚରେ ଅଧିଷ୍ଠିତ ହେବା ପରେ ସର୍ବଭାରତୀୟ ମଠଖାଇ ମହୋତ୍ସବ ଆଜି ସନ୍ଧ୍ୟାରୁ ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ।

jittmm
Leave A Reply

Your email address will not be published.